ଉତ୍କଳ ଆଲୁମିନା ତରଫରୁ ରାୟଗଡ଼ା ଜିଲ୍ଲାର ବିଦ୍ୟାଳୟ ଗୁଡିକୁ ଡେସ୍କ ବେଞ୍ଚ ପ୍ରଦାନ

ରାୟଗଡା, (ଦୁର୍ଗା ପ୍ରସାଦ ପାଢ଼ୀ):ଉତ୍କଳ ଆଲୁମିନା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପ୍ର ଶତପ୍ରତିଶତ ସହଯୋଗୀ କମ୍ପାନୀ ପକ୍ଷରୁ ରାୟଗଡା ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ସହାୟତାର ହାତ ବଢାଯାଇଅଛି । ସମ୍ପ୍ରତି ଜିଲ୍ଲା ପ୍ରଶାସନ ଅନୁରୋଧ କ୍ରମେ ଉତ୍କଳ ଆଲୁମିନା କାରଖାନା ତରଫରୁ ଏହି ପଦକ୍ଷପ ଗ୍ରହଣ କରାଯାଇଅଛି । କମ୍ପାନୀର ସିଏସଆର ବିଭାଗ ତରଫରୁ ଏହା କାର୍ଯ୍ୟକାରୀ ହୋଇଅଛି। ରାୟଗଡ଼ା ଜିଲ୍ଲାରେ ମୋଟ ୧୧ଗୋଟି ବ୍ଲକରେ ୭୨ଟି ପ୍ରାଥମିକ, ଉଚ୍ଚ ଓ ଆଦର୍ଶ ବିଦ୍ୟାଳୟ ଗୁଡିକୁ ଡୁଆଲ ଡେସ୍କ ବେଞ୍ଚ ପ୍ରଦାନ କରାଯିବା ନେଇ ଅଦ୍ୟମ ଆରମ୍ଭ କରାଯାଇଅଛି । ଏହି କ୍ରମରେ ମୋଟ ୨,୦୧୩ଟି ଡେସ୍କ ବେଞ୍ଚ ପ୍ରଦାନ କରାଯିବା ନେଇ ଧାର୍ଯ୍ୟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୦୭ଟି ଡେସ୍କ, ୨୫ଟି ବିଦ୍ୟାଳୟକୁ ପ୍ରଦାନ କରାଯାଇଅଛି । ସେହିପରି ବଳକା ୧୩୦୬ ଗୋଟି ଡେସ୍କ ବେଞ୍ଚ ଖୁବଶୀଘ୍ର ଜିଲ୍ଲାରେ ଥିବା ୪୭ଟି ବିଦ୍ୟାଳୟକୁ ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି ଡୁଆଲ ଡେସ୍କ ବେଞ୍ଚ ଫଳପ୍ରଦ ହେବ । ଶିକ୍ଷାର୍ଥୀମାନେ ଶ୍ରେଣୀଗୃହରେ ଅଧ୍ୟୟନ ପାଇଁ ଏହି ଡେସ୍କ ଗୁଡିକ ଉପଯୋଗୀ ହେବ ସହିତ ପାଠ ପଢ଼ାରେ ସମ୍ପୂର୍ଣ ଭାବେ ମନ ନିବେଶ କରିପାରିବେ । କମ୍ପାନୀର ଏପରି ପ୍ରୟାସ ସକାଶେ ଜିଲ୍ଲାର ଶିକ୍ଷା ଭିତ୍ତିଭୂମି ବିକାଶ ସହିତ ଛାତ୍ରଛାତ୍ରୀଙ୍କ ସମୃଦ୍ଧ ଭବିଷ୍ୟତ ପାଇଁ ଏହା ଲାଭଦାୟକ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ପ୍ରକାଶ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ୨୫ଗୋଟି ବିଦ୍ୟାଳୟକୁ ୭୦୭ଟି ଡେସ୍କ ପ୍ରଦାନ ହୋଇଥିଲା। ତେବେ ରାୟଗଡ଼ା ସହର ସ୍ଥାନୀୟ ଗାନ୍ଧିନଗର ପ୍ରାଥମିକ ବିଦ୍ୟାଳୟରେ ଡେସ୍କ ବେଞ୍ଚ ପ୍ରଦାନ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ସିଏସଆର ବିଭାଗର ମୁଖ୍ୟ ଲୋପାମୁଦ୍ରା ମିଶ୍ର, କମ୍ପାନୀ ଲୋକସମ୍ପର୍କ ଓ କର୍ପୋରେଟ ଆଫେୟାର ବିଭାଗ ସାଧାରଣ ପରିଚାଳକ ପିତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ