ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ନିର୍ବାଚନ ଓ ୫୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୨୦୨୨-୨୫ ଅବଧି ପାଇଁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ଏବଂ ସାଧାରଣ ସମ୍ପାଦକ ନର୍ବାଚନ ପ୍ରକ୍ରିୟା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନର୍ମଳ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ଗ୍ରୀନ କୋର୍ଟୟାର୍ଡ ମଣ୍ଡପରେ ୨୯.୧୧.୨୦୨୨ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଶ୍ରୀ ପି. ସତ୍ୟନାରାୟଣ (୧୫୯ଖଣ୍ଡ) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀ ଦେବବ୍ରତ ଦାସ (୯୩ ଖଣ୍ଡ)ଠାରୁ ୬୬ ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଶ୍ରୀ ପ୍ରଶାନ୍ତ ମହାପାତ୍ର (୧୪୬ ଖଣ୍ଡ) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀ ପି.କେ ଜେନା (୧୦୬ ଖଣ୍ଡ) ଠାରୁ ୪୦ ଖଣ୍ଡ ଅଧିକ ଭୋଟ ପାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫୨ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମତଦାନ କରିଥିଲେ । ତା ୩୦.୧୧.୨୦୨୨ରିଖରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୫୧ତମ ବାର୍ଷିକ ଉତ୍ସବ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସର୍ବଭାରତୀୟ ସଭାପତି ଜେ.ଏସ୍ ସିନ୍ଧେ ଯୋଗ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରାଜୀବ ସିଂଘଲଙ୍କ ସହିତ ବହୁ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


