ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୭ ତମ ଶ୍ରାଦ୍ଧ ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାଙ୍କ ସହିତ ଅଧ୍ୟାପକ ବିଭୁତି ଭୂଷଣ ସ୍ୱାଇଁ, ହୃଦାନନ୍ଦ ସ୍ୱାଇଁ, ଚୌଧୁରୀ ବିନେଶ ଦାସ, ତୁଷାରକାନ୍ତ ଦାସ, ପ୍ରଭାତ କୁମାର ଶତପଥି, ଅକ୍ଷୟ କୁମାର ଦାସ, ସୁଧାକର ନାୟକ, ଚନ୍ଦ୍ରଶେଖର ପୁହାଣ, ସୁଦର୍ଶନ ନାୟକ, ରମେଶ ଚନ୍ଦ୍ର ଦାସ, ମାନସ ସ୍ୱାଇଁ, ସରୋଜ କୁମାର ଲେଙ୍କା, ପପିନ୍ଦ୍ର ଲେଙ୍କା, ରଂଜିତ ମହାନ୍ତି,ଏମଏସ ନିହାରଂଜନଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଓଡିଆ ଭାଷା ଆନ୍ଦୋଳନରେ ଓ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଢି ତୋଳିବାରେ ମଧୁବାବୁଙ୍କର ଅତୁଳନୀୟ ଭୂମିକା ରହିଥିଲା ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ