ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ସଭା

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ସନ୍ଧ୍ୟା ୬ଟାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପୂଣ୍ୟ ୧୭୫ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ଦ୍ୱାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ, ବାଲେଶ୍ୱରଠାରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଆସନ୍ତା ଏପ୍ରିଲ୍ ୨୮ ତାରିଖ ଗୁରୁବାର ସନ୍ଧ୍ୟା ୬ଟାରେ ‘ସଦ୍‌ଭାବନା ସଭାଗୃହ’ ପରିସରରେ ହେବାକୁ ସ୍ଥିରୀକୃତ ହୋଇଅଛି । ଉକ୍ତ ସଭାରେ ମୁଖ୍ୟ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ୍‌ଜିବୀ ଶ୍ରୀଯୁକ୍ତ ଧରଣୀଧର ନାୟକ – ମୁଖ୍ୟଅତିଥି, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଖାରବେଳ ସ୍ୱାଇଁ – ମୁଖ୍ୟବକ୍ତା ଓ ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ – ସମ୍ମାନୀତ ଅତିଥି ଭାବେ ଯୋଗ ଦେବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଅନ୍ୟାନ୍ୟ ପ୍ରସଙ୍ଗ ଓ କାର୍ଯ୍ୟବଣ୍ଟନ ସମ୍ବନ୍ଧରେ ଆଲୋଚନା ହୋଇଅଛି । ଏହି ସଭାରେ ପରିଷଦର ସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି ସଭାପତିତ୍ୱ କରିଥିଲେ । ସଂପାଦକ ଶ୍ରୀ ପୁରୁଷୋତ୍ତମ ବିଶ୍ୱାଳ ମୁଖ୍ୟତଃ ସିଦ୍ଧାନ୍ତରେ ଉପନୀତ ହୋଇଥିବା ବିଷୟବସ୍ତୁ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ତ୍ରିଦୀପ ନାୟକ, ଭାବଗ୍ରାହୀ ମହାନ୍ତି, ସମରେନ୍ଦ୍ର କୁମାର ଦାସ, ପ୍ରଜ୍ଞାପରିମିତା ବିଶ୍ୱାଳ, ଅଖିଳ କୁମାର ଦାସ, ଉମେଶ ବାରିକ, ବିନୋଦ ବିହାରୀ ନାୟକ, ଦେବେନ୍ଦ୍ର ନାଥ ଧଳ, ପ୍ରତାପ ମହାନ୍ତି, ପ୍ରଣିତା ମିଶ୍ର ଓ ରୋଜି ପଟ୍ଟନାୟକ ପ୍ରମୁଖ ସଭ୍ୟ/ସଭ୍ୟାମାନେ ଉକ୍ତ ସଭାରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ