ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ବାର୍ଷିକ ଉତ୍ସବ ଓ ମଧୁବାବୁ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ୧୭୫ ତମ ମଧୁସୂଦନ ଜୟନ୍ତୀ ସମାରୋହ ସ୍ଥାନୀୟ ସଦଭାବନା ସଭାଗୃହରେ ଗୁୁରୁବାର ସଂଧ୍ୟାରେ ପାଳିତ ହୋଇଯାଇଛି । ରାଜ୍ୟ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ ସହ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ମଧୁବାବୁଙ୍କ ଜୀବନାଦର୍ଶ ଓ ତତ୍କାଳୀନ ଉତ୍କଳର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଓ ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣରେ ଉତ୍କଳ ଗୌରବଙ୍କ ନିଷ୍ଠାପର ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । ଆଇନ ବ୍ୟବସାୟରେ ତାଙ୍କର ବିଚକ୍ଷଣ ଅଭିଜ୍ଞତା ସାଙ୍ଗକୁ ନିସ୍ୱାର୍ଥ ସମାଜସେବା ତାଙ୍କୁ ଚିରସ୍ମରଣୀୟ କରିପାରିଛି ବୋଲି ଶ୍ରୀ ସ୍ୱାଇଁ ମତ ପ୍ରକାଶ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ସମ୍ମାନିତ ଅତିଥି ଭାବେ ଏହି ସଭାରେ ଯୋଗ େଦେଇ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷାରେ ମଧୁବାବୁଙ୍କ ଅବଦାନ ଓ ବହୁବିଧ ପ୍ରତିଭା ସମ୍ପର୍କରେ କଥା ରଖିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ଥିବା ୩ ବ୍ୟକ୍ତିତ୍ୱ ବରିଷ୍ଠ ଚିକିତ୍ସକ ଡାକ୍ତର ଶ୍ରୀକାନ୍ତ ମହାନ୍ତି, ଆଇନଜୀବୀ ବିଶ୍ୱମୋହନ ଦାସ ଓ ସମାଜସେବୀ ଅରୁଣ କୁମାର କରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସଭାପତି ଯୁବ ଉଦ୍ୟୋଗୀ ଲକ୍ଷ୍ମୀନାରାୟଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ବିବରଣୀ ଉପସ୍ଥାପନ କରିଥିଲେ । ସଙ୍ଗୀତକାର ଅମୃତାଂଶୁ ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ବେଦ ପାଠ କରିଥିଲେ । ଆଇନଜୀବୀ ସୂର୍ଯ୍ୟକାନ୍ତ କର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଇନଜୀବୀ ତୁଷାରକାନ୍ତି ମହାପାତ୍ର, ପ୍ରଜ୍ଞାପାରମିତା ବିଶ୍ୱାଳ, ରୋଟାରିଆନ ଦେବେନ୍ଦ୍ର ଧଳ, ଭାବଗ୍ରାହୀ ମହାନ୍ତି, ସମରେନ୍ଦ୍ର ନାଥ ଦାସ, ଯାନୁଲତା ମୁଖୀ, ଶକୁନ୍ତଳା ଦାସ, ଗୌରୀ ଦାସଙ୍କ ସମେତ ଶୁଭେନ୍ଦୁ ପଟ୍ଟନାୟକ, ପ୍ରଣୀତା ମିଶ୍ର, ଆଇନଜୀବୀ ପ୍ରମୋଦ ପଣ୍ଡା, ବିନୋଦ ନାୟକ, ପ୍ରତାପ ମହାନ୍ତି, ତ୍ରିଦୀପ ନାୟକ, ରୋଜି ପଟ୍ଟନାୟକ, ଶ୍ୟାମସୁନ୍ଦର ଜେନା, ଅଜିତ ବରାଳ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।