ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ କମିଟି,ବରଗଡ଼ ଜୋନ ଅଫିସର ସଂଘ ର ବାର୍ଷିକୀ ସଭା

ବରଗଡ, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ତପନ ମହାପାତ୍ର ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ସନିଷ୍କ ହୋଟେଲ ରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବରଗଡ଼ ଆଞ୍ଚଳିକ ଅଫିସର ସଂଘ ର ବାର୍ଷିକୀ ଅଧିବେଶନ ହୋଇଯାଇଛି., ବରଗଡ଼ ଜିଲ୍ଲା ଓ ସୋନପୁର ଜିଲ୍ଲା ର ୫୬ ଗୋଟି ଶାଖା ରୁ ପ୍ରତିନିଧି ଗଣ ଯୋଗଦେଇ ବ୍ୟାଙ୍କ ତଥା କର୍ମଚାରୀ ଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ .।ବ୍ୟାଙ୍କ ର ନିୟମିତ କାମ ବାହାରେ ପ୍ରାଜୋଜିତ ବ୍ୟାଙ୍କ ର ସ୍ୱାର୍ଥ ରେ ବ୍ୟବସାୟ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବାଧ୍ୟ କରୁ ଥିବାରୁ ବ୍ୟାଙ୍କ ର ନିୟମିତ ଗ୍ରାହକ ଙ୍କୁ ସେବା ଯୋଗାଇବା ବାରେ ଅନେକ ବିଳମ୍ବ ହଉଛି ବୋଲି କେନ୍ଦ୍ରୀୟ କମିଟି ର ସାଧାରଣ ସମ୍ପାଦକ ଶ୍ରୀ ପଦ୍ମଲୋଚନ ସାହୁ ଏବଂ କୋଷାଧକ୍ଷ ଶ୍ରୀ ଅଶୋକ କୁମାର ନାୟକ ମତବ୍ୟକ୍ତି କରି ଆଗାମୀ ଦିନରେ ଏହାର ବିରୋଧ କରିବାକୁ ଆହ୍ଵାନ ଦେଇଥିଲେ .. I ମୁଖ୍ୟ ଅତିଥି ICAR ର ବୋର୍ଡ ଡିରେକଟର ତଥା ଗ୍ରାମ୍ୟ ବ୍ୟାଙ୍କ ର ପୂର୍ବତନ ଅଧିକାରୀ ଶ୍ରୀ କେଦାର ମିଶ୍ର ତାଙ୍କ ଉଦବୋଧନ ରେ ସ୍ୱର୍ଗତ ଦିଲ୍ଲୀପ ମୁଖାର୍ଜୀ ଙ୍କ ଙ୍କର ଅବଦାନ ଓ ବ୍ୟାଙ୍କ ର ଉନ୍ନତି ରେ କର୍ମଚାରୀ ଙ୍କ ଭୂମିକା ଉପରେ ସମବେତ ବ୍ୟାଙ୍କ ଅଧିକାରୀ ଙ୍କୁ ମାର୍ଗ ଦର୍ଶନ କରିଥିଲେ ।ଅନ୍ୟତମ ବକ୍ତା ଶ୍ରୀ ରାଜକିଶୋର ପଣ୍ଡା ଏକତା ମନ୍ତ୍ର ଦେଇ ସଂଗଠନକୁ ସୁଦୃଢ କରିବାକୁ ସମବେତ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ.lଆଞ୍ଚଳିକ କମିଟି ସମ୍ପାଦକ ଶ୍ରୀ ଦେବାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ