ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ମାଣିତରା ଶାଖା, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଏପ୍ରିଲ ୨୦ ତାରିଖ ଦିନ ମାଣିତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ଆର୍ଥିକ ସାକ୍ଷରତା ଶିବିର” ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କ କ୍ୟାସିୟର କୈଳାଶ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଶାଖା ପରିଚାଳକ ପ୍ରଶାନ୍ତ କୁମାର ସେଠୀ, ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା ଓ ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗଦେଇଥିଲେ।ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ଶାଖା ପରିଚାଳକ ଶ୍ରୀ ସେଠୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ସବୁ ଯୋଜନା ଦ୍ୱାରା ମିଳୁଥିବା ସୁବିଧାର ସୁଯୋଗ ନେବାକୁ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। ବ୍ୟାଙ୍କ କର୍ମଚାରୀ ସିଦ୍ଧାର୍ଥ କୁମାର ପ୍ରଧାନ ଓ ବ୍ୟାଙ୍କ ମିତ୍ର ଶୁଭାସିନୀ ବାରିକ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ