ଉତ୍କଳ ଦିବସରେ ପାରଳା ମହାରାଜାଙ୍କ ଜୟନ୍ତୀ ଏବଂ ମଧୁବାବୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଏପ୍ରିଲ ପହିଲାରେ ଉତ୍କଳ ଦିବସ, ଏପ୍ରିଲ ୨୬ରେ ମହାରାଜାଙ୍କ ଜୟନ୍ତୀ ଏବଂ ଏପ୍ରିଲ ୨୮ରେ ମଧୁସୂଦନ ଜୟନ୍ତୀ ପାଳନ ନିମନ୍ତେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡିଆ ଭଣ୍ଡାରି ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସବାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ପ୍ରସ୍ତାବିତ ଜୟନ୍ତୀ ପାଳନର ଚୁଡାନ୍ତ ନିଷ୍ପତି ହୋଇଥିଲା । ଏହି ସବୁ କାର୍ଯ୍ୟକ୍ରମ ଗୁଡିକ ଯଥାରୀତିରେ ପୂର୍ବ ବର୍ଷ ମାନଙ୍କ ଭଳି ପାଳନ କରାଯିବ । କୋଭିଡ କଟକଣାକୁ ପାଳନ ପୂର୍ବକ ସାମାଜିକ ଦୂରତା, ସାନିଟାଇଜେସନ, ମାସ୍କ ପରିଧାନ ଆଦି ନିୟମକୁ ପାଳନ କରିବାପାଇଁ ନିଷ୍ପତି ନିଆଗଲା । ଏହି କାର୍ଯ୍ୟକ୍ରମ ଗୁଡିକ ସକାଳ ୧୦ ଘଣ୍ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଘଣ୍ଟା ମଧ୍ୟରେ ଆଲୋଚନା ସାରିବାକୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସବୁ କାର୍ଯ୍ୟକ୍ରମ ନିଡାମ୍ବର ସହକାରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଜଗଦୀଶ ମହାପାତ୍ର, ଶରତ ଚନ୍ଦ୍ର ସାହୁ, ମୁରଲୀଧର ପରିଛା, କୌଳାଶ ପଟ୍ଟନାୟକ, ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


