ଉତ୍କଳ ଦିବସରେ ‘ଫ୍ୟୁଚର ବାଲେଶ୍ୱର’ର ବିଶେଷ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍କଳ ଦିବସ ପାଳନ ଅବସରରେ ବାଲେଶ୍ୱରରର ଅଗ୍ରଣୀ ସାମାଜିକ ସଂଗଠନ ଫ୍ୟୁଚର ବାଲେଶ୍ୱର ପକ୍ଷରୁ ‘ସ୍ୱତନ୍ତ୍ର ଓଡିଶା ଗଠନରେ ବାଲେଶ୍ୱରର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଆତିଥ୍ୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ସଭାପତି ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଗବେଷକ ଡ. ରମାକାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଭାଷା ଭିତ୍ତିକ ରାଜ୍ୟ ଗଠନ ଓ ମାତୃଭାଷା ଓଡ଼ିଆର ସୁରକ୍ଷାରେ ‘ଉତ୍କଳ ସମ୍ମିଳନୀ’ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷାବିତ ଡ. ଅରବିନ୍ଦ ଗିରି, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା, ସାହିତ୍ୟିକ ଶାନ୍ତନୁ କୁମାର ପଟ୍ଟନାୟକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଭାଷା ଭିତିକ ପ୍ରଦେଶ ଗଠନ ଆନ୍ଦୋଳନ ରେ ବାଲେଶ୍ୱରରେ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, କୂଳବୃଦ୍ଧ ମଧୁସୂଦନ ଦାସ ଓ ମହାରାଜା ବୈକୁଣ୍ଠ ନାଥ ଦେବଙ୍କ ଅବଦାନ ଚିରଦିନ ଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସତ୍ୟଜିତ ମିଶ୍ର, ସୀତାରାମ ପ୍ରଧାନ, ସୁଧାକର ସେଠୀ, ଅରୁଣ ଜେନା, ରମେଶ ଜେନା, ସୁଜିତ କୁମାର ଦେବ, ଅରୂପ ଜେନା, ଅନୀଲ କୁମାର ମହାନ୍ତି, ସୌମ୍ୟରଞ୍ଜନ ପାତ୍ର, ବିଦ୍ୟାଧର ସାହୁ, ସୁଶୀଲ କୁମାର ପଣ୍ଡା, ପ୍ରଣୟ ବର୍ଦ୍ଧନ, ହରେନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଫ୍ୟୁଚର ବାଲେଶ୍ୱର ସଂଗଠନର ବରିଷ୍ଠ ସଦସ୍ୟ ଦୁକୁଲ ଚନ୍ଦ୍ର ଘଢେଇ ଓ ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଇନଜୀବୀ ରଞ୍ଜନ କୁମାର ପାଣିଗ୍ରାହୀ ଏଥିରେ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ରଚିତ ‘ତୁ ପରା ବୋଲାଉ ଉତ୍କଳ ସନ୍ତାନ…. କବିତାକୁ ଓମ ସାଇକୃଷ୍ଣ ସାହୁ ଆବୃତ୍ତି କରିଥିଲେ । ସତ୍ୟେନ୍ଦ୍ର କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ