ଉତ୍କଳ ଦିବସରେ ଶହୀଦ୍ ସ୍ମୃତି ସ୍ତମ୍ଭର ପୁନରୁଦ୍ଧାର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ପବିତ୍ର ଉତ୍କଳ ଦିବସ ଅବସରରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ୍ ହାପ୍ପିନେସ୍ ଫାଉଣ୍ଡେସନ୍ ପୁନେ ର ପ୍ରଚେ଼ଷ୍ଟାରେ ବେଲଗୁଣ୍ଠା ପଞ୍ଚାୟତ ସମିତିରେ ପରିତ୍ୟକ୍ତ ଓ ନିସ୍ପେଷିତ ଅବସ୍ଥାରେ ଥିବା ସ୍ବାଧୀନତା ଆନ୍ଦୋଳନରେ ସହିଦ ହୋଇଥିବା ସହିଦଙ୍କ ସ୍ମାରକୀର ପୁନଃ ଉଦ୍ଧାର କରାଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ ପାତ୍ର ,ବେଲଗୁଣ୍ଠା ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ସମସ୍ତ କାଉନସିଲର୍, ସ୍ପ୍ରେଡ୍ ହାପ୍ପିନେସ୍ ଫାଉଣ୍ଡେସନ୍ ପୁନେର ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସମେତ ବେଲଗୁଣ୍ଠା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ଶିକ୍ଷାବିତ,ସମାଜ ସେବକ ଓ ଅମଲା କର୍ମଚାରୀ ଉପସ୍ଥିତ ଥିଲେ I ଏହି ଅବସରରେ ଆଗାମୀ ଦିନରେ ବେଲଗୁଣ୍ଠାର ଐତିହ୍ୟ ସ୍ଥାନ ଗୁଡିକର ରକ୍ଷଣାବେକ୍ଷଣ କରିବା ସହିତ ବହୁ ଜନହିତକର କାର୍ଯ୍ୟକ୍ରମ ହାତକୁ ନେବାପାଇଁ ସଂଗଠନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଆହ୍ବାନକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଥିଲା । ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ ପାତ୍ର ବେଲଗୁଣ୍ଠାକୁ ଗୋଟିଏ ପ୍ରଗତିଶୀଳ ସହର କରି ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିଦ ସ୍ମାରକୀକୁ ନିଜେ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବେଲଗୁଣ୍ଠା ବି.ଡି.ଓ ଶଶି ଭୂଷଣ ମହାପାତ୍ର ସ୍ମାରକୀର ରକ୍ଷଣାବେକ୍ଷଣ କରିବା ସହ ବେଲଗୁଣ୍ଠା ବ୍ଲକକୁ ଆଗକୁ ନେବାକୁ ହେଲେ ନିଜ ମାତୃଭୂମି ଓ ମାତୃଭାଷାକୁ ଗୁରୁତ୍ବ ଦେବାକୁ ହେବ ବୋଲି ପ୍ରକାଶ କରିବା ସହ ମଧୁବାବୁଙ୍କ “ଉଠ କଙ୍କାଳ ,ଜାଗ ଦୁର୍ବଳ “କବିତା ଗାଇ ଓଡିଆ ହେବାର ଗର୍ବକୁ ବୁଝାଇଥିଲେ I ଏହି ଅବସରରେ ବେଲଗୁଣ୍ଠା ଅଞ୍ଚଳର ବିକାଶ ପଲାଇ, ସୀତାରାମ ଚୌଧୂରୀ ଏବଂ ଅମୃତ ହେଲଥ୍ କ୍ଲବ୍ ର ଟୁକୁନା ପାତ୍ର, ଆଇନଜୀବୀ ଗଗନ ବିନ୍ଧାଣୀରା ପ୍ରମୁଖ ସ୍ପ୍ରେଡ୍ ହାପ୍ପିନେସ୍ ଫାଉଣ୍ଡେସନ୍ ପୁନେ ସଂଗଠନରେ ସାମିଲ୍ ହୋଇଥିଲେ । ସେହିପରି ସଂଗଠନ ତରଫରୁ ସୁଦୂର ଗୁଜୁରାଟର ଅହମଦାବାଦ୍ ସ୍ଥିତ ଭୀଷ୍ମ କିଡସ୍ ନାମକ ସ୍ଥାନରେ ଅନାଥ ଶିଶୁ ମାନଙ୍କ ସହିତ ଉତ୍କଳ ଦିବସ ପାଳନ କରାଯିବା ସହିତ ସେମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି I ଶିଶୁଙ୍କ ପାଇଁ ଭଲ କାମ ହିଁ ସମସ୍ତଙ୍କ ପାଇଁ ଭଲକାମ, ଏହାକୁ ପାଥେୟ କରି ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସଂଗଠନର ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଆନନ୍ଦ କୁମାର ମହାପାତ୍ର ମହାମାରୀ ସମୟରେ ଶିଶୁଙ୍କ ଉପଯୁକ୍ତ ଯତ୍ନ ସମ୍ପର୍କରେ ଆଲୋଚନା କରିଥିଲେ I ମୁଖ୍ୟ ଅତିଥି ଭାବେ ଭାବେ କାଶୀ ନାଥ ମିଶ୍ର ଶିଶୁଙ୍କ ଆଗରେ ନିଜର ଅଭିଜ୍ଞତା ବଖାଣିଥିଲେ I ଅନ୍ୟମାନଙ୍କ ମାଧ୍ୟରେ କାର୍ଯ୍ୟକ୍ରମରେ ସଂଗଠନ ସଦସ୍ୟା ଇଶା ମିଶ୍ ମହାପାତ୍ର, ରୀୟା ଚୗଧୁରୀ,ଡ଼କ୍ଟର୍ ଆଂଜେଲ କନ୍ଦା, ମଧୁ ଜ୍ୟୋତ୍ସ୍ନା ତ୍ରିପାଠି, ସୁମିତ୍ ରଞ୍ଜନ ଦାସ ଏବଂ ଆଶୁତୋଷ ତ୍ରିପାଠି ପ୍ରମୁଖ ଯୋଗ ଦେଇ ଶିଶୁଙ୍କୁ ମାନଙ୍କ ପାଇଁ ବିଭିନ୍ନ ମଜାଳିଆ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ I ଡ଼କ୍ଟର୍ ଆଂଜେଲ କନ୍ଦା ଶିଶୁଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ମାର୍ଗଦର୍ଶନ କରିଥିଲେ I କାର୍ଯ୍ୟକ୍ରମର ଅନ୍ତିମ ପର୍ୟ୍ୟାୟରେ ସଂଗଠନ ତରଫରୁ ସାଧାରଣ ସମ୍ପାଦକ ଆନନ୍ଦ ମହାପାତ୍ର ଭୀଷ୍ମ କିଡ୍ସ୍ ର ଶିଶୁ ଏବଂ କର୍ମଚାରୀ ମାନଙ୍କୁ ଖୁସିର ଝୁଲା ବିତରଣ କରିବା ସହ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଶିଶୁଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ