ଉତ୍କଳ ଦିବସ ପାଳିତ ଓ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶୁୁକ୍ରବାର ଦିନ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିବା ବେଳେ ନବ ନିର୍ବାଚିତ ଦିଗପହଣ୍ଡି ପୈାର ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ସଭାପତିତ୍ବରେ ସ୍ଥାନୀୟ କଳିଙ୍ଗ ବୈଶ୍ୟ ଭବନ ପରିସର ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ପ୍ରଭାକର ମେକାପ ସଂଯୋଜନା କରିଥିବା ବେଳେ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ମୂଖ୍ଯ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସେହିପରି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ହରିକୃଷ୍ଣ ପଣ୍ଡା , ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଜଗବନ୍ଧୁ ମିଶ୍ର , ଅଧ୍ୟାପକ ରାଜେନ୍ଦ୍ର ମହାପାତ୍ର , ଆଇନଜୀବୀ ହରପ୍ରସାଦ ରଥ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହି ଓଡ଼ିଶାର ବୀରପୁତ୍ର ତଥା ମହାପୁରୁଷ ଙ୍କ ସ୍ମୃତି ଚାରଣ ଓ ଉତ୍କଳ ଦିବସର ମହତ୍ତ୍ଵ ଏବଂ ଓଡ଼ିଆ ଭାଷା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟିକା ମହିଳା ମାନଙ୍କୁ ଋଣ ପ୍ରଦାନ କରି ଉତ୍ତମ ସେବା ଯୋଗାଇ ଦେଇଥିବା କାନାରା ବ୍ୟାଙ୍କ ମ୍ୟାନେଜର ଶୁକାନ୍ତ ରଞ୍ଜନ ପାଣିଗ୍ରାହୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗୀତା କରାଯାଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଉନସିଲର ସନ୍ତୋଷନୀ ବେହେରା , ମାମିନୀ ବେହେରା , ଇ. ପୂଜା , ସୁନୀଲ କୁମାର ପଣ୍ଡା , ଇ . ଗାୟତ୍ରୀ , ଦୀପକ କୁମାର ମିଶ୍ର ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କାଉନସିଲର ଓ ଏନ୍ ଏସି କର୍ମଚାରୀ ଉପସ୍ଥିତ ରହି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇ ଥିଲା । କର୍ମଚାରୀ ହରିକୃଷ୍ଣ ସାହୁ , ଶଶିଭୂଷଣ ଦତ୍ତ , ଦୁର୍ଗାମାଧବ ପ୍ରଧାନ , ସତ୍ୟନାରାୟଣ ଦାଶ , ରାଜକିଶୋର ରଥ , ବାଳକୃଷ୍ଣ ପାଣିଗ୍ରାହୀ , ପବିତ୍ରା ପ୍ରଧାନ , ମମତା ପଣ୍ଡା , ସନ୍ତୋଷ ପାଢ଼ୀ , ପି. ସ୍ୱାଗତିକା ପାତ୍ର , ମମତା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ