ଉତ୍କଳ ଫାଉଣ୍ଡେସନ (ଭାରତ)ର ଦ୍ୱିତୀୟ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ ଓ ଭକ୍ତଚରଣ ପ୍ରତିଭା ସମ୍ମାନ ସମାରୋହ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଉତ୍କଳ ଫାଉଣ୍ଡେସନ (ଭାରତ)ର ସାମାଜିକ ଓ ମାନବିକ ଅଧିକାର ସହିତ ପୂଜ୍ୟପୂଜା ସମ୍ମାନ ଦେଶ ଓ ଜାତି ପାଇଁ ଏକ ବାର୍ତ୍ତା ଓ ପ୍ରତିଟି ଅନୁଷ୍ଠାନ ପାଇଁ ଅନୁକରଣୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉତ୍କଳ ଫାଉଣ୍ଡେସନର ଦ୍ୱିତୀୟ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ ଓ ଭକ୍ତଚରଣ ପ୍ରତିଭା ସମ୍ମାନ ସମାରୋହରେ ଅତିଥିମାନେ ଯୋଗଦେଇ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ । ୟୁନିଟ୍‌-୩ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ପ୍ରଥମ ଅଧିବେଶନରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ କର୍ମୀମାନଙ୍କ ସେବା ଓ ତ୍ୟାଗକୁ ଉତ୍ସାହିତ କରି ସେବା ହିଁ ସମାଜ ପାଇଁ ଦର୍ଶନ ବୋଲି ଅବିହିତ କରିଥିଲେ । ସଂସ୍କୃତି ବିଭାଗ ଉପଦେଷ୍ଟା ତଥା ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଶଶିକୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ, ଉଫାର ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ସତ୍ୟବ୍ରତ ସାହୁ, ରାଜ୍ୟ ସଂଯୋଜକ ଜିତେନ୍ଦ୍ର ସାହୁ, ଉଫାର ଜାତୀୟ ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରତାପ ପ୍ରଧାନ, ରାଜନ ଚୌଧୁରୀ, ଆଇନଜୀବୀ ଭାରତୀ ଦାସ ଯୋଗ ଦେଇଥିଲେ । ଫାଉଣ୍ଡେସନର ଆବାହକ ଡ଼ାକ୍ତର ରାଜାରାମ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜାତୀୟ ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ ବିଭିନ୍ନ ସେବାକାର୍ଯ୍ୟ ପାଇଁ ସାମ୍ବାଦିକ ନିରଞ୍ଜନ ଓଝା, ଜିତେନ୍ଦ୍ର ସାହୁ, ପ୍ରଦିପ୍ତ କିଶୋର ସ୍ୱାଇଁ, ଜ୍ୟୋତିରଞ୍ଜନ ମହାପାତ୍ର, ଆଲୋକ ମହାନ୍ତି, ସମ୍ବିତ କୁମାର ବେହେରା, ତ୍ରିନାଥ ମହାନ୍ତି, ନିରଦ ରଞ୍ଜନ ପଟ୍ଟନାୟକ, ମାନସ ରଞ୍ଜନ ମହାପାତ୍ର, ସାମାଜିକ କର୍ମୀ ଆନନ୍ଦ ପ୍ରସାଦ ସାହୁ, ସୌରୀ ନାରାୟଣ ପାଣିଗ୍ରାହୀ, ସିଦ୍ଧାର୍ଥ ସାହା, ଶ୍ରେଷ୍ଠ ସରପଞ୍ଚ ଭାବେ ସମ୍ବଲପୁର ମେଘପାଳ ପଞ୍ଚାୟତର ମମତା ପ୍ରଧାନ ଓ ବିଧିସିଙ୍ଗଗଡ଼ ପଞ୍ଚାୟତର ସରପଞ୍ଚ ରୀତାରାଣି ବେହେରା, ଶ୍ରେଷ୍ଠ ଅଧିକାରୀ ଭାବେ ଗୁରୁଦତ୍ତ ପୁରୋହିତ ଓ ଶିଶୁ ନୃତ୍ୟଶିଳ୍ପୀ ଭାବେ ଯୁଯୁମୁରାର ଅନ୍ୱେଷା ଦେହୁରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନ ରାଜ୍ୟସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ ଅବସରରେ ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି, ଓଡ଼ିଶା ବନ ନିଗମ ଲିଃର ଅଧ୍ୟକ୍ଷ ଦେବାଶିଷ ମଲ୍ଲିକ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ପୂର୍ବତନ କର୍ପୋରେଟର ମହାମାୟା ସ୍ୱାଇଁ, ଉଫାର ରାଜ୍ୟ ସଂଯୋଜକ କୁବରେ ବିଶ୍ୱାଳ, ସଂଗଠନ ସମ୍ପାଦକ ଜିତେନ୍ଦ୍ର ସାହୁ ଯେ।।ଗ ଦେଇଥିବା ବେଳେ ସମାଜସେବୀ ଡା. ରାଜରାମ ଷଡଙ୍ଗୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହାକୁ ଫାଉଣ୍ଡେସନର ଜାତୀୟ ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଶ୍ରୀ ସବ୍ୟସାଚୀ ସୂତାର, ରାଜକିଶୋର ଦାସ, ସାଗରିକା ମହାନ୍ତି, ଡା. ରାଜାରାମ ଷଡ଼ଙ୍ଗୀ, କୁବରେ ବିଶ୍ୱାଳ, ସୁଚିତ୍ରା ବେହେରା, ମନୋଜ ଦାସ, ଶ୍ରୀକାନ୍ତ କୁମାର ସାହୁ, ସୁରେଶ ଚନ୍ଦ୍ର ଦାସ, ଭାରତୀ ଦାସ, ସୁଚିତ୍ର କୁମାର ରାଉତ, ମୂରଲୀ ବେହେରା, ରାଜକିଶୋର ପାଇକରାୟ, ସଞ୍ଜିବ ଶତପଥୀ, ପାରିଜାତମ ଫାଉଣ୍ଡେସନ, କଟକ, ଅମୂଲ୍ୟ କୁମାର ବାରିକ, ରାଜେନ୍ଦ୍ର ଦାସ, ସୁଚିତ୍ରା ବେହେରା, ଉମାଶଙ୍କର ଶତପଥୀ, ସବିତା ସାମଲ, କିଶୋର କୁମାର ମହାନ୍ତି, ସୌମ୍ୟରଞ୍ଜନ ବଡ଼ପଣ୍ଡା, ଅକ୍ଷୟ କୁମାର ସାହୁ, ସରୋଜ ସାହୁ ପ୍ରମୁଖଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ରାଜ୍ୟ ପ୍ରତିଭାଧାରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥିମାନେ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ