ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ
ବାଲେଶ୍ବର, (ସରୋଜ ପଣ୍ଡା):ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ବାଲେଶ୍ବର ସଦର ବିଜୁ ଜନତା ଦଳ ପକ୍ଷରୁ ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବରେ ସଦର ବିଧାୟକ ଶ୍ରୀଯୁକ୍ତ ସ୍ବରୂପ କୁମାର ଦାସ ଯୋଗଦେଇ ଏହି ପିଲାଙ୍କ ସହ ରକ୍ଷାବନ୍ଧନ ଭଳି ପର୍ବ ପାଳନ କରିବା ନିଶ୍ଚିତ ଖୁସି ପ୍ରଦାନ କରିଛି,ଏହି ଖୁସିକୁ ବର୍ଣ୍ଣନା କରିବା ଅସମ୍ଭବ।ଏହି କାର୍ଯ୍ୟକ୍ରମରେ ମହିଳା କାଉନସିଲର ମାନେ ଯୋଗଦେଇ ଅନ୍ତେବାସୀ ମାନଙ୍କୁ ରାଖୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରି ସେମାନଙ୍କ ମଙ୍ଗଳ କାମନା କରିଥିଲେ। ବାଲେଶ୍ବର ପୌରପରିଷଦ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ,କାଉନସିଲର ମୀନା ମହାନ୍ତି,ମୀତା ପଟ୍ଟନାୟକ,କବିତା ମୃମୁ,ମିରାଜ ବାନୋ,ଆର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ସେକ ଆୟୁବ,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଏସ କେ ଅନସର,ଯୁବ ଜୋନାଲ ସାଧାରଣ ସମ୍ପାଦକ ତଥା ସଦର ବିଜେଡି ମିଡ଼ିଆ ସଂଯୋଜକ ଧିରେନ ନାୟକ,ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ପୂର୍ବତନ କାଉନସିଲର କୈଳାସ ଦାଶ,ରମେଶ ମାଝି,ସଂଜୟ ବେହେରା, ରାଜଲକ୍ଷ୍ମୀ ଚଟାର୍ଜୀ,ଶ୍ରେଷ୍ଠାଶ୍ରୀ ଦାସ,ଜଗନ୍ନାଥ ମହାରଣା, ଅତୁଲ ଶତପଥୀ,ମହିଳା ରାଜ୍ୟ ସମ୍ପାଦିକା ଦୀପାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।