ଉତ୍କଳ ବିକାଶ ସମାଜ ସଂସ୍ଥାର ବାର୍ଷିକ ଉତ୍ସବ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମୁମ୍ବାଇର ମୀରା ଭାଇନ୍ଦର୍ରେ ଥିବା ଉତ୍କଳ ବିକାଶ ସମାଜ ସଂସ୍ଥା ପକ୍ଷରୁ ଗତ ୨ ତାରିଖରେ ୩୧ତମ ମା\’ ସରସ୍ୱତୀଙ୍କ ମହାପୂଜା ଓ ଉତ୍କଳ ବିକାଶ ସମାଜ ସଂସ୍ଥାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନରେନ୍ଦ୍ର ଏଲ୍. ମେହଟା ଏବଂ ସମ୍ମାନିତ ଅତିଥି ଭାବେ ମୀରା ଭାଇନ୍ଦର୍ ଜିଲ୍ଲା ବିଜେପି ସଭାପତି କିଶୋର ଶର୍ମା ଯୋଗଦେଇଥିଲେ । ମୀରା ଭାଇନ୍ଦର୍ ସ୍ଥିତ ସମସ୍ତ ପ୍ରବାସୀ ଓଡ଼ିଆ ବନ୍ଧୁଙ୍କ ଯୋଗଦାନ ଉତ୍ସବକୁ ସଫଳ କରିଥିଲା । ମଧ୍ୟ ରେଲୱେର ଅଧିକାରୀ ରାମକୃଷ୍ଣ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉତ୍ସବ ଅବରସରେ କୁଇଜ୍ ଓ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ,ବସଇ (ପୂର୍ବ) ଦ୍ୱାରା ଆୟୋଜିତ ଭଜନ ସନ୍ଧ୍ୟା ଅତି ସୁନ୍ଦର ହୋଇଥିଲା । ସୁଜିତ କୁମାରଙ୍କ ଗୀତ ସଂଗୀତ ଅର୍କେଷ୍ଟ୍ରା ଥିଲା ଅତି ମନଛୁଆଁ । ତ୍ରିଲୋଚନ ରାଉତ, ରାକେଶ ଦାସ ଏବଂ କୁମାର ରାଉତ, ଅଶୋକ ପଳାଇ, ବାସୁଦେବ ଦାସ, ଚନ୍ଦନ ରାଉତ, ରାହୁଲ ରାଉତଙ୍କ ସେବା ମଧ୍ୟ ଲକ୍ଷଣୀୟ । ସେହିପରି ବଦ୍ରିନାରାୟଣ ସୁବୁଦ୍ଧି, କାଶୀନାଥ ଲେଙ୍କା, ପ୍ରଭାକର ଜେନା, ସୁଜାତା ଅଧିକାରୀ, ଆଇନଜୀବୀ ନିତ୍ୟାନନ୍ଦ ପ୍ରଧାନ, ଅମିୟ ପରିଡ଼ା, ଅମରେଶ ପାଢ଼ୀ, ପ୍ରଦୀପ ଜେନା, ଲଲନ ପାଢ଼ୀ, ଦୁର୍ଗାପ୍ରସାଦ ଉଦଗାତା, ମଳୟ ଦାସ, ସୁରେନ୍ଦ୍ର ମହାରଣା, ସନ୍ତୋଷ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସର୍ବୋପରି ମାନବ ଦାସ୍, ମନୀନ୍ଦ୍ର ପାଢ଼ୀ, ଦେବାଶିଷ ଦାସ, ଦୀପକ ରାଉତ, ବିଜୟ ରାଉତ, ସୁଶାନ୍ତ ପରିଡ଼ା, ଗଜେନ୍ଦ୍ର ପଲାଇ, ଅଜିତ ସାହୁ, ପ୍ରସନ୍ନ କୁମାର ବେଉରା, ପ୍ରତାପ ରାୟ, କୁମାରୀ ପାର୍ବତୀ, ଘନଶ୍ୟାମ ମହାଳିକ, ଜଗବନ୍ଧୁ ଦଳାଇ, ପ୍ରଫୁଲ୍ଲ ପାତ୍ର, ରଞ୍ଜନ ସୁନ୍ଦରରାୟ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ । ସୂଚନାଯୋଗ୍ୟ ଉତ୍କଳ ବିକାଶ ସମାଜ ସଂସ୍ଥା ବିଗତ ୩୧ ବର୍ଷ ଧରି ବିଭିନ୍ନ ସାମାଜିକ ଓ ସେବା କାର୍ଯ୍ୟକ୍ରମ କରି ଆସୁଛି ।