ଉତ୍କଳ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ ଉଦ୍ଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସକୁ ଭିଡିଓ କନଫେରେନ୍ସି ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ,ପର‌୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ରୀତା ତରାଇ, ବିଧାୟକ ଅମରପ୍ରସାଦ ଶତପଥୀ,ଦେବାଶିଷ ନାୟକ, ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼େଇ ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ପରିସରରେ ଖୋଲି ଥିବା ଏହି ଅସ୍ଥାୟୀ କ୍ୟାମ୍ପସରେ ଦୁଇଟି ବିଭାଗରେ ୪୮ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ। ଇତିମଧ୍ୟରେ ଏମ୍ଏ ଇନ୍ ପବ୍ଲିକ ହେଲ୍ଥ, ଏମ୍ବିଏ ଇନ୍ ରୁରାଲ ମ୍ୟାନେଜ୍ମେଣ୍ଟରେ ନାମଲେଖା ଶେଷ ହୋଇଛି। ଉଭୟ ବିଭାଗରେ ୨୪ଜଣ ଲେଖାଏଁ ନାମ ଲେଖାଇଛନ୍ତି। ପଢ଼ାଇବା ପାଇଁ ପ୍ରତି ବିଭାଗରେ ୩ ଜଣ ଲେଖାଏଁ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପିଲାମାନଙ୍କ ପାଠପଢ଼ା ପାଇଁ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ୩ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି।ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ପ୍ରମୁଖ ଉଦଘାଟନରେ ଉପସ୍ଥିତ ଥବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ