ଉତ୍କଳ ବୁଲେଟିନ୍ ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ ବସ୍ତ୍ର ବଂଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରସ୍ଥିତ କଲରା ବସ୍ତିରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସୁନାବେଶ ଅବସରରେ ବସ୍ତ୍ର ବଂଟନ୍ ସହ ଶୁଖିଲା ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ତଥା ଅନୁବାଦିକା ଜୟଶ୍ରୀ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା ଯୋଗଦେଇ ମାନନ ସେବା ହିଁ ମାଧବ ସେବା ବୋଲି ମତବ୍ୟକ୍ତ କରିବା ସହିତ ଦରିଦ୍ର ଅଭାବୀ, ଅସହାୟ ବ୍ୟକ୍ତି ମାନଙ୍କୁ ସମସ୍ତେ ନିଜସାଧ୍ୟମତେ ସାହାଯ୍ୟ କରିବାକୁ ଆଗେଇ ଆସ\”ୁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପ୍ରାୟ ୩୦ ପରିବାରକୁ ବସ୍ତ୍ରଦାନ ସହ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ସଂପାଦକ ଅରବିନ୍ଦ ତ୍ରିପାଠୀ ଓ ସହ ସଂପାଦକ ପ୍ରିୟବ୍ରତ ବାରିକ ସଂଯୋଜନା ଓ ପରିଚାଳନା କରିବା ସହିତ ଆଗକୁ ସାମାଜିକ କାର୍ଯ୍ୟକ୍ରମମାନ ଆହୁରି ବ୍ୟାପକ ଭାବେ କରାଯିବ ବୋଲି ମତ ରଖିଥିଲେ । ସମାଜସେବୀ ନାରାୟଣ ଖୁଂଟିଆ, ସ୍ୱାଗତିକା, ଚନ୍ଦନା, ଲୁସି, ତିଳୋତମା, ବଳରାମ, ଅଖିଳ ପ୍ରମୁଖ ସହଯୋଗ କରିଥିଲେ ।