ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ପ୍ରଥମ ବାର୍ଷିକ ମହୋତ୍ସବ ଓ ସମ୍ବର୍ଦ୍ଧନା ସଭା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡା ନିକଟରେ ଅବସ୍ଥିିତ ଥିବା ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ପ୍ରଥମ ବାର୍ଷିକ ମହୋତ୍ସବ ଶୁକ୍ରବାର ସ୍ଥାନୀୟ ମା’ଜାଗୁଳାଇଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରତିଯୋଗିତା, ପୁରସ୍କାର ବିତରଣୀ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ପାରମ୍ଭରୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ପାଇଁ ନାମ ପଂଜିକରଣ କରାଯାଇଥିଲା । ଏହାପରେ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ଅଧ୍ୟାପକ ଚୈଧୁରୀ ଦିନେଶ କୁମାର ଦାସଙ୍କ ପୌରହିତ୍ୟରେ ସ୍ଥାନୀୟ ଗୋଠଦା ମଠର ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ଗୋସ୍ୱାମୀ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବାଲିକୁଦା ପୂର୍ବତନ ବିଧ୍ୟାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟବକ୍ତାଭାବେ ପାରାଦ୍ୱିପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ଚନ୍ଦ୍ର ମିଶ୍ର, ସମ୍ମାନନୀୟ ବକ୍ତାଭାବେ ସମାଜସେବୀ ଡାକ୍ତର ବିଚିତ୍ର କୁମାର ପଣ୍ଡା, ସମ୍ମାନନୀୟ ଅତିଥିଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ନାଉଗାଁ ସରପଂଚ ବ୍ରଜକିଶୋର ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ଅପରାହ୍ନରେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସଂପାଦକ ସୁକାନ୍ତ କୁମାର ଲେଙ୍କାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧ୍ୟାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଗାଁରେ ବହୁ ପ୍ରତିଭା ଧାରୀ ରହିଛନ୍ତି, କିନ୍ତୁ ସେମାନେ ନିଜର ପ୍ରତିଭାକୁ ପ୍ରକାଶ କରିବାରେ ସକ୍ଷମ ହେଉନାହାନ୍ତି । ଏହି ଅନୁଷ୍ଠାନ ସେମାନଙ୍କର କଳାକୁ ପ୍ରକାଶ କରିବାର ଗୋଟିଏ ମାଧ୍ୟମ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବାବା ସତ୍ୟାନନ୍ଦ ଦାସ, ସମ୍ମାନନୀୟ ଅତିଥିଭାବେ ଅଲଣା ଧର୍ମକ୍ଷେତ୍ର ପ୍ରତିଷ୍ଠାତା ସଞୟ କୁମାର ସାହାଣୀ,ପାର୍ଥନା ଚ୍ୟାନେଲର କାର୍ଯ୍ୟନିର୍ବାହୀ ଅଧିକାରୀ ଶପଥ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ଓ ସଂଯୋଜକ ପଂଚାନନ ନାୟକ, ଓଟିଭି ଉପସ୍ଥାପିକା ପ୍ରଭା ମଞରୀ ଦାସ, ଲୋକପ୍ରୀୟ ଅଭିନେତା ସରୋଜ କୁମାର ପଣ୍ଡା, ଅଭିନେତ୍ରୀ ସରୋଜିନୀ ରାଉତ, ନିୟୁଜ୭ର ସମ୍ବାଦ ପାଠକ ସୂର୍ଯ୍ୟକାନ୍ତ ରାଉତ ପ୍ରମୁଖ ଯୋଗଦାନ କରି ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଜଗତସିଂହପୁର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବାବା ସତ୍ୟାନନ୍ଦ ଦାସ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଧାୟକ ଶ୍ରୀଯୁକ୍ତ ମୁଦୁଲି ନାଉଗାଁ ଅଂଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତା ଶିକ୍ଷକ ନିରଂଜନ ମହାନ୍ତି,ଅକ୍ଷୟ ରାଉତଙ୍କ ସମେତ ଅନ୍ୟ କର୍ମକତାମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ