ଉତ୍କଳ ମଣ୍ଡପରେ ଆୟୋଜିତ ଫାଇଭ ଷ୍ଟାର ଫିଲ୍ମ ପୁରସ୍କାର ବିତରଣ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିକଟସ୍ଥ ବଡପୁଟି ଗ୍ରାମନିବସୀ ସ୍ବର୍ଗତ ଡମ୍ବରୁ ଧର ସାହୁ ଓ ଶକନ୍ତୁଳା ସାହୁଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିପତି ସାହୁ ଓଲିଉଡ଼ରେ ପଛକୁ ପଛ ଅନେକ ସିନେମା ଓ ଧାରାବାହିକରେ ନିଜ ନିର୍ଦ୍ଦେଶନାର ଯାଦୁ ଦେଖେଇ ଚାଲିଛନ୍ତି। ଦିଲ୍ ରେ ଅଛି ତୋରି ନା, ଲାଇଫ୍ ରେ କିଛି ବି ହେଇପାରେ, ତୁ ସେଇ ନୀଳୟନୟନା, ଲଭ୍ impossible, ଧୋକା, ଆକାଶବାଣୀ ପରି ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ସେଥି ମଧ୍ୟରୁ କିଛି ଚଳଚ୍ଚିତ୍ର ମୁକ୍ତି ଲାଭ କରିଛି ଆଉ କିଛି ମୁକ୍ତି ଲାଭ କରିବାକୁ ଯାଉଛି। ସେପରି ଷ୍ଟାର କିରଣ ରେ ପ୍ରସାରିତ ଧାରାବାହିକ “କିଏ ପର କିଏ ଆପଣାର” ମଧ୍ୟ ସେ ନିର୍ଦ୍ଦେଶନା ଦେଉଥିଲେ। ଗତ କାଲି ( ୧୨.୦୫.୨୩) ଉତ୍କଳ ମଣ୍ଡପରେ ଆୟୋଜିତ ଫାଇଭ ଷ୍ଟାର ଫିଲ୍ମ ଓ OTT ପୁରସ୍କାର ବିତରଣ କାର୍ଯକ୍ରମ ରେ ତ୍ରିପାତି ସାହୁଙ୍କୁ ଶ୍ରେଷ୍ଠ ଉଦୟମାନ ନିର୍ଦ୍ଦେଶକ (BEST EMERGING DIRECTOR) ପୁରସ୍କାର ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ରେ bollywood ଅନିନେତା ଅଫତବ୍ ଶିବଦଶାନି ତ୍ରିପତି ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ