ଉତ୍କଳ ମହିଳା ସମିତିର ବରିଷ୍ଠ ସଭ୍ୟାଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ମାଳିସାହିସ୍ଥିତ ଦିବ୍ୟ ଜୀବନ ଭାଗବତ ଟୁଙ୍ଗିର ପ୍ରତିଷ୍ଠାତା ତଥା ଉତ୍କଳ ମହିଳା ସମିତିର ବରିଷ୍ଠ ସଭ୍ୟା ମାଳତୀ ସାହୁ(୭୨)ଙ୍କର ଶନିବାର ହୃଦ୍ଘାତରେ ପରଲୋକ ଘଟିଛି । ସେ ଟିଲୋ ମାଳିସାହି ଗ୍ରାମର ସିପିଆଇର ପ୍ରାକ୍ତନ ସଂପାଦକ ଦେବେନ୍ଦ୍ରନାଥ ସାହୁଙ୍କର ଧର୍ମପତ୍ନୀ ଅଟନ୍ତି । ସେ ଜଣେ ସ୍ନେହୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ । ଶୁକ୍ରବାର ରାତିରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଂଚିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମରଶରୀର ଗ୍ରାମରେ ପହଂଚିବା ପରେ ଏକ ଶୋକାକୂଳ ପରିବେଶ ଦେଖାଯାଇଥିଲା । ଖବର ପାଇ ଟିଲୋ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତାଙ୍କର ଶେଷ ଦର୍ଶନ କରିଥିଲେ । ଉତ୍କଳ ମହିଳା ସମିତିର ନେତ୍ରୀ ମାଳତୀ ଜେନା, ରୀନୁ ଦାସ, ଉଷାରାଣୀ ବେହେରାଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଜୋନ୍ ସଂପାଦକ ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, ବିଷ୍ଣୁ ଚରଣ ଜେନା, ସଂଜୟ ସାମଲ, ଦିବ୍ୟ ଜୀବନ ଭାଗବତ ଟୁଙ୍ଗି ପକ୍ଷରୁ ପଦ୍ମନାଭ ରାଉତ, ପ୍ରଦୀପ କୁମାର ସାହୁ, କାଶିନାଥ ସାହୁ, ବଳରାମ ସାହୁ, ମଧୁସୂଦନ ସାମଲ, ରାମନବମୀ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ଘନଶ୍ୟାମ ସା, କୃଷ୍ଣ ଚରଣ ସାହୁ, ବିଦ୍ୟାଧର ଲେଙ୍କା, କ୍ଷୀରୋଦ ରାଉତ, ପୂର୍ବତନ ସରପଞ୍ଚ ତଥା ବିଜେପି ନେତ୍ରୀ ପଙ୍କଜିନୀ ଲେଙ୍କା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ମର ଶରୀର ନିକଟରେ ବଡ ପୁଅ ମନୋରଂଜନ, ସାନପୁଅ ଚିତ୍ତରଂଜନଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ମଝିଆ ପୁଅ ସୁଧାକର ମୁଖାଗ୍ନି ଦେଇଥିଲେ ।