ଉତ୍କଳ ମହିଳା ସମିତିର ଭଦ୍ରକ ଜିଲା କନ୍‌ଭେନସନ୍‌

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଉତ୍କଳ ମହିଳା ସମିତିର ଭଦ୍ରକ ଜିଲା ସ୍ତରୀୟ କନ୍‌ଭେନ୍‌ସନ ବନ୍ତ ବ୍ଲକ ସେଣ୍ଢତୀରା ଠାରେ ଅନୁଷ୍ଠିତ ହୋଇଯାଇଛି । ସେଣ୍ଢତୀରା ପଞ୍ଚାୟତ ଅଫିସ ନିକଟରେ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ରଙ୍ଗାଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ସମବେତ ମହିଳା ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମହିଳା ନେତ୍ରୀ ସାଥୀ ମାଳତୀଲତା ଜେନା ଓ ଜୟନ୍ତୀ ବେହେରା ସଭାପତି ମଣ୍ଡଳୀଙ୍କ ସଭାପତିତ୍ୱରେ ଜିଲା କନ୍‌ଭେନ୍‌ସନ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ମହିଳା ସମିତିର ରାଜ୍ୟ ସାଧାରଣ ସମ୍ପାଦିକା ସାଥୀ ପ୍ରଭାବତୀ ଦାସ ଯୋଗ ଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରି ସାମ୍ପ୍ରତିକ ପରିସ୍ଥିତିରେ ମହିଳା ମାନଙ୍କର ଅଧିକାର ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ମହିଳା ମାନଙ୍କ ସାମାଜିକ ସୁରକ୍ଷା ପାଇଁ ସମସ୍ତ ମହିଳା ଏକଜୁଟ୍ ହୋଇ ନିଜର ସମସ୍ୟା ପାଇଁ ଆନ୍ଦୋଳନ ଓ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲା ସମ୍ପାଦିକା ସାଥୀ ଅରୁଣା ବାରିକ ଯୋଗ ଦେଇ ମହିଳା ମାନଙ୍କ ଉପରେ ବୃ୍‌ଦ୍ଧି ପାଉଥିବା ହିଂସା ନିର୍ଯ୍ୟାତନା ପାଇଁ ମହିଳା ମାନେ ସଙ୍ଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ଆସନ୍ତା ଡିସେମ୍ବର ୨ ଓ ୩ ତାରିଖରେ ପୁରୀ ଠାରେ ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟର ୧୦ ଜଣ ମହିଳା ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । କାର୍ଯ୍ୟକ୍ରମରେ ସେଣ୍ଢତୀରା ସିପିଆଇ ଶାଖା କମିଟିର ସାଥୀ ମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ