ଉତ୍କଳ ର ସର୍ବକାଳୀନ ଆଦର୍ଶ ଥିଲେ ମଧୁବାବୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୭ ତମ ଜୟନ୍ତୀ ସ୍ଥାନୀୟ ୟୁନିଟ ୮ ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି. ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ କହିଥିଲେ ମଧୁବାବୁ ଉତ୍କଳ ର ଉତ୍କଳ ର ସର୍ବ କାଳୀନ ଆଦର୍ଶ ସହ, ପ୍ରଥମ ଓଡ଼ିଆ ସ୍ନାତକ, ସ୍ନାତକୋତର, ଅଧିବକ୍ତା, କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ, ଉତ୍କଳ ମାତା ର ମହାନ ସନ୍ତାନ, ଶିଳ୍ପ ପ୍ରତିଷ୍ଠାତା ସହିତ ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ. ଉତ୍କଳ ର କଳା, ସାହିତ୍ୟ ଓଡ଼ିଆ ଭାଷା ର ମହାନ କାଣ୍ଡାରି ଥିଲେ. ପୂଜ୍ୟ ପୂଜା ପ୍ରାଣ ଦିଲୀପ ଦାସ ଶର୍ମା, ଅନୁସାହୁ,ରମେଶ ପାତାଳ ସିଂ ବାପୁ ଓଝା ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ବୋଲି ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ