ଉତ୍କଳ ସମ୍ବାଦିକ ସଂଘ ତରଫରୁ ନୂତନ ଆଇଆଇସିଙ୍କୁ ସମ୍ବର୍ଦ୍ଧନା
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ନୂତନ ଥାନା ଅଧିକାରୀଙ୍କୁ ଉତ୍କଳ ସମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବାସୁଦେବ ଜେନା ଙ୍କ ନେତୃତ୍ୱରେ ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଶ୍ରୀମତୀ ପ୍ରଧାନ ମାଥିଲି ଥାନା ରେ ଯୋଗ ଦେବା ପୂବରୁ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାରେ କାର୍ଯ୍ୟରତ ଥିବା ବେଳେ ବହୁ ଜଟିଳ ଜଟିଳ ମାମଲାକୁ ହାତକୁ ନେଇ ତାର ସମାଧାନ କରିବାରେ ସଫଳ ହୋଇଥିଲେ।ଏବେ ମାଥିଲି ପରି ସହିଦ ମାଟି ରେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳି ଥିବାରୁ ଶ୍ରୀମତୀ ପ୍ରଧାନ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ଆମକୁ ପ୍ରକାଶ କରିଛନ୍ତି।ତାହା ସହିତ ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଆଇନ କୁ ହାତକୁ ନ ନେଇ ନିର୍ଭରଶୀଳ ଭାବରେ ଥାନାକୁ ଆସନ୍ତୁ ଆମେ ତାହାର ସରଳ ଉପାୟ ବାହାର କରି ସମାଧାନ କରିବା ବୋଲି ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।ଏହି ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ଉତ୍କଳ ସମ୍ବାଦିକ ସଂଘର ମାଥିଲି ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜିତ କୁମାର ସଗରିଆ,ଶିବ ପ୍ରସାଦ ପରିଛା,ଶ୍ୟାମ ପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ କୁମାର ସଗରିଆ,ପଦ୍ମା ନାୟକ ଓ ବିକାଶ ପରିଛା ପ୍ରମୁଖ ଉପସ୍ଥିତ ଥିଲେ।