ଉତ୍କଳ ସମ୍ମିଳନୀର ମାସିକ ବୈଠକ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଉତ୍କଳ ଆଶ୍ରମ ସଭାକକ୍ଷରେ ଉତ୍କଳ ସମ୍ମିଳନୀର ମାସିକ ବୈଠକ ସମ୍ମିଳନୀର ସଭାପତି ମନ୍ମଥପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଉପସଭାପତି ଡାକ୍ତର ବୃନ୍ଦାବନଚନ୍ଦ୍ର ପାଢ଼ୀ,ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଯୁଗ୍ମ ସମ୍ପାଦକ ଡାକ୍ତର ନକୁଳ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଓଡ଼ିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ସମୁହ ଗାନ କରାଯାଇଥିଲା।ସଂପାଦକ ଶ୍ରୀପଲ୍ଲବ ସଂପାଦକୀୟ ବିବରଣୀ ପାଠକରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଏହିଅବସରରେ ଉତ୍କଳ ସମ୍ମିଳନୀ ତଥା ଓଡିଶା ପ୍ରଦେଶ ଗଠନର ଅନ୍ୟତମ ବରେଣ୍ୟ କର୍ଣଧାର ବିଶିଷ୍ଠ ସାମ୍ବାଦିକ ଓଡିଆ ଜାତିର ଗୌରବମୟ ପତ୍ରିକା ଉତ୍କଳ ଦୀପିକା ର ସଂପାଦକ ପ୍ରାତସ୍ମରଣୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ୧୦୩ତମ ପୂଣ୍ୟ ଜୟନ୍ତୀ ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସଭାପତି ଶ୍ରୀପାଢ଼ୀ ସାଙ୍ଗଠନିକ ଆଲୋଚନା କରି ଆସନ୍ତା ଜାନୁୟାରୀ ମାସ ଏକୋଇଶ ତାରିଖରେ ସମ୍ମିଳନୀ ର ବାର୍ଷିକ ଅଧିବେଶନ ଓ ନିର୍ବାଚନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଉପସଭାପତି ଡାକ୍ତର ପାଢ଼ୀ କୁଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ସହାୟତା ପ୍ରଦାନ ଆଳରେ ଅନୁପ୍ରବେଶ ର ପ୍ରକାଶିତ ଖବର ଓ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରିଥିଲେ।ଏଥି ସଂପର୍କରେ ଆଲୋଚନା କରାଯାଇ ସ୍ଥାନୀୟ ପ୍ରଶାସନିକ ଅବହେଳା ର ତୀବ୍ର ସମାଲୋଚନା କରାଯାଇଥିଲା।ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା।ଏହି ବୈଠକରେ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀଙ୍କ ସମେତ ଅଶୋକ କୁମାର ସାହୁ,କାହ୍ନୁ ବାଳକୃଷ୍ଣ ବିହାରୀ, ଇଂ ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ଦାସ, ଭବାନୀ ଶଙ୍କର ପାଣିଗ୍ରାହୀ, ଡାକ୍ତର ଚନ୍ଦ୍ରମଣି ସ୍ବାଇଁ ଡ.ସୁବ୍ରତ କୁମାର ସାହୁ, ଶ୍ରୀମତୀ ସ୍ବର୍ଣପ୍ରଭା ପାଢ଼ୀ ,ଶ୍ରୀମତୀ ପଦ୍ମିନୀ ମିଶ୍ର, ରାଧାରମଣ ପଟ୍ଟନାୟକ,ବିପ୍ର ଚରଣ ପାତ୍ର, ନୃସିଂହ ପ୍ରସାଦ ପଣ୍ଡା,ସୁକାନ୍ତପାଢ଼ୀ,ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ