ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖାର ରଜତ ଜୟନ୍ତୀ ଉତ୍ସବ ଉଦ୍ଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ଭୂମିକା ଯେତିକି ଗୁତୁତ୍ୱପୂର୍ଣ୍ଣ, ଉତ୍କଳ ସମ୍ମିଳନୀ ଗଠନରେ କୂଳବୃଦ୍ଧ ମଧୁସୂଦନଙ୍କ ଭୂମିକା ତତୋଃଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଐତିହ୍ୟ ସମ୍ପନ୍ନ ସଙ୍ଗଠନ ଗଠନରେ କେନ୍ଦ୍ରାପଡାର ଅବଦାନ ମଧ୍ୟ ଅନ୍ୟ ଅଞ୍ଚଳ ଗୁଡିକ ତୁଳନାରେ କୈାଣସି ଗୁଣରେ ନ୍ୟୁନ ନଥିଲା । କନିକା ରାଜାଙ୍କ ପୃଷପୋଷକତାରେ ଏହି ସଙ୍ଗଠନର ଉଦ୍ଘାଟନୀ ସମାବେଶ କଟକର ଇଦ୍ଗା ପଡିଆରେ ସମ୍ଭବ ହୋଇଥିବା ଆମପାଇଁ ଗୌରବର କଥାବୋଲି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା ଶାଖାର ରଜତ ଜୟନ୍ତୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ବିଶିଷ୍ଠ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଂଗଠନର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗୃହରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରାକ୍ତନ ବିଧାୟକ ତଥା ଓଡିଶା ସାମ୍ୟବାଦୀ ଆନ୍ଦୋଳନର ବରିଷ୍ଠ ଜନନେତା ଓ ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ମୁଖ୍ୟ ଅତିଥି, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଉଦଘାଟକ ଓ ସଂଗଠନର ଭୁବନେଶ୍ୱର କେନ୍ଦ୍ର ଶାଖାର ସଚିବ ଡା. ରବିରଞ୍ଜନ ସାହୁ ବରେଣ୍ୟ ଅତିଥିଭାବେ ଯୋଗଦେଇ ଏପରି କହିଥିଲେ । ଅଭ୍ୟର୍ଥନା ସମିତିର ସଭାପତି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସ୍ୱାଗତ ସମ୍ଭାଷଣ କରିଥିବା ବେଳେ ସଂଗଠନର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଧ୍ରୁବ ଚରଣ ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ଶାଖା ସମ୍ପାଦକ ଡଃ. ବାସୁଦେବ ଦାସ ବିଗତ ୨୫ବର୍ଷ କାର୍ଯ୍ୟର ଝଲକ ପ୍ରଦାନ କରିଥିବା ବେଳେ ସଂଗଠନ ସମ୍ପାଦକ ଗୋପାଳ କୃଷ୍ଣ ଜେନା ଅତିଥି ପରିଚୟ ଓ ପୂର୍ବତନ ଅଧ୍ୟାପକ ବିପିନ ବିହାରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କଣ୍ଠଶିଳ୍ପୀ ଗୋଲଖ ସେଠୀ ଉଦ୍ଘାଟନୀ ସଂଗୀତ ଗାନ କରିଥିଲେ । ସହସମ୍ପାଦକ ଆଦିକନ୍ଦ ରାଉଳ, ଅଧ୍ୟାପକ ପ୍ରଭାକର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତପନ ପତି, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଅଜୟ କୁମାର ସାମଲ, ଧିରେନ ସାହୁ, ମୋହନ ଚରଣ ଜେନା, ସରୋଜରାଜ ସିଂ, ଯୁବନେତା ରାଜେଶ ପଣ୍ଡା, ଶୁଭାଂଶୁ କୁମାର ଦାସ, ରାମକୃଷ୍ଣ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।