ଉତ୍କଳ ସମ୍ମିଳନୀ ପକ୍ଷରୁ କବି ସମ୍ମିଳନୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା ଶାଖା ଆନୁକୂଲ୍ୟରେ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଗାନ୍ଧୀ ଜୟନ୍ତୀ ଅବସରରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା । ଏହି ଉପଲକ୍ଷେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଇଂ ମୁରଲୀଧର ସେଠୀ ଯୋଗଦେଇ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ସଙ୍ଘର୍ଷମୟ ଜୀବନ କାହାଣୀ ଉପସ୍ଥିତ କବି କବୟତ୍ରୀମାନଙ୍କୁ କହିଥିଲେ । ଏହାସହ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ଏକ କବିତା ପାଠ କରିଥିଲେ । ସେ କହିଥିଲେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ମହାତ୍ମା ଗାନ୍ଧୀଙ୍କ ବଳିଦାନ ଏ ଦେଶମାତୃକା ଚିରୋଦିନ ପାଇଁ ମନେ ରଖିଥିବ । ଗାନ୍ଧୀଙ୍କ ନୀତି ଆଦର୍ଶକୁ ଏବେର ରାଜନେତା ଓ ଯୁବପିଢୀମାନେ ଅନୁସରଣ କରି ଦେଶ ଗଠନ କରିବା ଉଚିତ । ଏହି ଅବସରରେ ନିରୁପମା ଦାସ, ଶୈଳଜାଶଙ୍କର ସାମଲ ଓ ଇଂ ସୈାଦାଗର ବେହେରାଙ୍କ ସଂଯୋଜନାରେ ୩୦ଜଣ କବି କବୟତ୍ରୀମାନେ ସ୍ୱଲିଖିତ କବିତା ପାଠ କରିବା ସହ ସେମାନଙ୍କୁ ମାନପତ୍ର ଏବଂ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋ ଗାଁ ମୋ ଦେଶର ବିଜୟ ମିଶ୍ର, ବାଇମୁଣ୍ଡି ସାହିତ୍ୟ ସଂସଦର ଦୀନବନ୍ଧୁ ସାହୁ, ଶିକ୍ଷାବିତ ପ୍ରଣବ କୁମାର ଜେନା, ଜଗତଜୀବନ ଦାଶ, ନିକେତନ ଦାସ, ମାଧବ ଦାସ ଓ ନରୋତ୍ତମ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଲେଖକ ସୁବଳ ଚରଣ ବେହେରାଙ୍କ ସ୍ୱରଚିତ କବିତା ପୁସ୍ତକ “ଭକ୍ତିପୁଷ୍ପ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ