ଉତ୍କଳ ସମ୍ମିଳନୀ ପକ୍ଷରୁ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୱଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀରେ ଉତ୍କଳ ସମ୍ମିଳନୀ, ଭୁବନେଶ୍ୱର ଶାଖା ପକ୍ଷରୁ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ନାଲ୍‌କୋ ଛକରେ ଥିବା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖାର ଅକ୍ଷୟ ମହାପାତ୍ର, ନରେନ ସାହୁ, ଭରତ ଦାସ, ଶାନ୍ତିଲତା ସାହୁ, ନିରଞ୍ଜନ ପଣ୍ଡା, କେନ୍ଦ୍ରୀୟ ସଭାପତି ଅଦ୍ୱୈତ ପାତ୍ର, ସମ୍ପାଦକ ରବିନ୍ଦ୍ର ମିଶ୍ର ମୁଖ ବହୁ ସଭ୍ୟ ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଙ୍ଗାଧର ମହେରଙ୍କ ତ୍ୟାଗ ଓ ଆଦର୍ଶ ବିଷୟରେ ଆଲୋକପାତ କରି ଆଜିର ଯୁବପିଢି ଗଙ୍ଗାଧର ମେହେରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ