ଉତ୍କଳ ସାମ୍ବାଦିକ ସଂଘର କଟକ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ
କଟକ, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ସାମ୍ବାଦିକ ସଂଘର କଟକ ଜିଲ୍ଲା କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି। କଟକ ମହାନଦୀ ବିହାର ସ୍ଥିତ ଏହି କାର୍ଯ୍ୟାଳୟକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ୍ ମହାରାଜ ବିଧିବଦ୍ଧ ଭବେ ଉଦଘାଟନ କରିଛନ୍ତି। ଜିଲ୍ଲା ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସଂଘର ଉପଦେଷ୍ଟା ଦିଲ୍ଲୀପ କୁମାର ଛତାର ପ୍ରମୁଖ ଉଦଘାଟନରେ ସାମିଲ ହୋଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସଂଘର ସମ୍ପାଦକ ସମରେନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଙ୍ଗଠନ ସମ୍ପାଦକ ସରୋଜ କୁମାର ଦାସ୍ କାର୍ଯ୍ୟକ୍ରମ ସଂଯୋଜନା ଓ ଉପ ସଭାପତି ପ୍ରିତିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ସୁବ୍ରତ ଘଡେଇ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ମହାନଦୀ ବିହାର ଉନ୍ନୟନ ପରିଷଦ ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ସମ୍ପାଦକ ରବି ଶତପଥୀ, ଆଇନଜିବୀ ପ୍ରମୋଦ କୁମାର ସାହୁ, ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ସେଠୀ, ବିଜୟଲଷ୍ମୀ ମହାପାତ୍ର, ପ୍ରମୋଦ ଧର୍ମେନ ଗୁପ୍ତା, ପ୍ରହଲାଦ ମହାନ୍ତି, ସଞ୍ଜୟ କୁମାର ଜେନା, ବାବୁଲି ଦାସ, ଡକ୍ଟର କମଳ ଲୋଚନ ମିହାନ୍ତି, କୀର୍ତିରଞ୍ଜନ ପଟ୍ଟନାୟକ, ସୁଶାନ୍ତ କୁମାର ଖୁଣ୍ଟିଆ, ପ୍ରଶାନ୍ତ ବେହେରା, ସାମ୍ବାଦିକ ଦୀପକ ମଙ୍ଗରାଜ, ପ୍ରମୁଖ ଉପସ୍ଥିତ ଥିଲେ।