ଉତ୍କଳ ସାମ୍ବାଦିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କୁ ବାରଣ ଏବଂ ଆବଶ୍ୟକସ୍ଥଳେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିର୍ଦ୍ଦେଶନାମା ବିଭିନ୍ନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଅଛି । ସାମ୍ବାଦିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ଗଣମାଧ୍ୟମକୁ ଦମନ କରିବାର ଏଭଳି ଆଭିମୁଖ୍ୟକୁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ସରକାରଙ୍କ ବିଭିନ୍ନ ପରିଯୋଜନାର ରୂପାୟନରେ ରହିଯାଉଥିବା ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବା ଗଣମାଧ୍ୟମ ପ୍ରତିନିଧିଙ୍କ ମୌଳିକ ଧର୍ମ । ପରିବେଷିତ ସମ୍ବାଦ ଆଧାରରେ ବିଭାଗ ତାର ତ୍ରୁଟି ସୁଧାରିବାରେ ସଫଳ ହୋଇଥାଏ । ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱରକୁ ଚାପି ଦେବାର ଏଭଳି ଅପପ୍ରୟାସକୁ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦୃଢ ବିରୋଧ କରାଯିବ । ଜାରି ହୋଇଥିବା ଏତାଦୃଶ ନିର୍ଦ୍ଦେଶନାମାକୁ ଯଦି ଯଥାଶୀଘ୍ର ପ୍ରତ୍ୟାହାର କରାନଯାଏ ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଦୃଢ ଆନ୍ଦୋଳନର ଡ଼ାକରା ଦିଆଯିବ ବୋଲି ସଂଘର ରାଜ୍ୟ ସଭାପତି ବିଭୂତି ଭଷଣ କର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ