ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଧାମନଗର ବ୍ଲକ କାଞ୍ଜିଆପାଳ ସ୍ଥିତ ମହାପୁରୁଷ ଅନାଥାଶ୍ରମ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନୁୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରରେ ଶିକ୍ଷାବିତ ରାଜକିଶୋର ନନ୍ଦ, ରବି ପାଣିଗ୍ରାହୀ, ଦାମୋଦର ନନ୍ଦ, ସାମାଜିକ କର୍ମୀ ମାନସ ରଞ୍ଜନ ସାହୁ, ଅନାଥଆଶ୍ରମ ପରିଚାଳନା କମିଟି ସମ୍ପାଦକ ମଦନମୋହନ ଦାସ, ସାମ୍ବାଦିକ ସଂଘ ଆବାହକ ଅବିନାଶ ପଣ୍ଡା, ଉପସଭାପତି ଦିପ୍ତିରଞ୍ଜନ ନାୟକ, ରାଜେନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିଭଳି ସାମ୍ବାଦିକ ଦେବେନ୍ଦ୍ର ଆନ୍ଦିଆ, ଦୁର୍ଯ୍ୟେଧନ ଲେଙ୍କା, ସୁଧାକର ଦାସ, ସଂଜୀବ ମହାନ୍ତି, ସନ୍ତୋଷ ଦାସ, ମାନଗୋବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହି ବୃତ୍ତିଗତ କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଥିଲେ । ସଂଘ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସଭାପତି ଶ୍ରୀ ଖିଲାରଙ୍କ ତତ୍ୱାବଧାନରେ ଆଶ୍ରମ ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା ।