ଉତ୍କଳ ହସ୍ତଶିଳ୍ପୀ ସଂଘ ଗଠିତ
ସୋରଡା,(ରଜନୀକାନ୍ତ ମହାପାତ୍ର): ସ୍ଥିତ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ସ୍ୱାମୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳର ଚିତ୍ର କଳାକାର, ବଢେଉ, ହସ୍ତଶିଳ୍ପୀ ଓ ଅନ୍ୟାନ କଳାକାର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ହସ୍ତଶିଳ୍ପୀ କଳାକାର ମାନଙ୍କୁ ସରକାରଙ୍କ ତରଫରୁ କୌଣସି ସହାୟତା ମିଳୁନଥିବା ବେଳେ ଆଗାମୀ ଦିନରେ କିପରି ସହାୟତା ସମସ୍ତେ ପାଇପାରିବେ ସେଥିପାଇଁ ଆବଶ୍ୟକୀୟ ଆଲୋଚନା ହେଇଥିଲା। ସର୍ବସମ୍ମତି ପ୍ରକାରେ ଏହି ସମସ୍ତ ଶିଳ୍ପୀଙ୍କୁ ନେଇ ଏକ ସଂଘ ଗଠନ କରିବା ପାଇଁ ନିଷ୍ପତି ନିଆଯିବା ସହ “ଉତ୍କଳ ହସ୍ତଶିଳ୍ପୀ ସଂଘ” ଗଠନ କରାଯାଇଥିଲା । ଆୟୋଜିତ ବୈଠକ ରେ ଗଞ୍ଜାମ ଜିଲ୍ଲା ହସ୍ତଶିଳ୍ପୀ ସଂଘ ସଭାପତି ସୁବାଷ ଚନ୍ଦ୍ର ସାହୁ, ସମ୍ପାଦକ ସୁଶାନ୍ତ ମହାନ୍ତି, କୋଷାଧକ୍ଷ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ । ବୈଠକ ରେ ଉତ୍କଳ ହସ୍ତଶିଳ୍ପୀ ସଂଘ ଗଠିତ ହେଇଥିବା ବେଳେ ସଭାପତି ଭାବେ ପ୍ରମୋଦ ସାହୁ, ସମ୍ପାଦକ ଭାବେ ଗୋପାଳ ମହାରଣା, କୋଷାଧକ୍ଷ ଭାବେ ସଞ୍ଜୟ କୁମାର ମହାରଣା, ଉପଦେଷ୍ଟା ଭାବେ ଶଶି ଭୂଷଣ ମହାରଣା, ଦିବାକର ବେହେରା, ମନୋଜ କୁମାର ଦାସ ପ୍ରମୁଖ ମନୋନୀତ ହେଇଥିଲେ । ଆଗାମୀ ଦିନରେ ଏହି ସାଂଗ ହସ୍ତଶିଳ୍ପୀ କଳାକାର ମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟକରିବ ବୋଲି ନିଷ୍ପତି ହେଇଥିଲା । ଭୂଷଣ ମହାରଣା, ଦଣ୍ଡପାଣି ସାହୁ, ସୁଦୁରୁ ବେହେରା, ଜୁରିୟା ନାୟକ, କାଳିଆ ମହାରଣାଙ୍କ ସମେତ ଅଞ୍ଚଳର ଅନ୍ୟନ ହସ୍ତଶିଳ୍ପୀ ମାନେ ଉପସ୍ତୁତ ଥିଲେ । ସଭାପତି ପ୍ରମୋଦ ସାହୁ ଧନ୍ୟବାଦ ଦେବା ସହ ସଭାସଙ୍ଗ ଘୋଷଣା କରିଥିଲେ ।