ଉତ୍କଳ ହିତୈଷିଣୀ ସମାଜ ତରଫରୁ ସ୍ୱାଭିମାନ ଦିବସ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଉତ୍କଳ ହିତୈଷିଣୀ ସମାଜ ତରଫରୁ ମଧୁସୂଦନ ଦାସଙ୍କ 177 ତମ ଜନ୍ମଜୟନ୍ତିକୁ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଇଛି. ଅନୁଷ୍ଠାନର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶରେ ମୁଖ୍ୟଅତିଥି ମନୋଜ ପଟ୍ଟନାୟକ, ଅଧ୍ୟକ୍ଷ, ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ, ତାଙ୍କ ବକ୍ତବ୍ୟରେ ଓଡ଼ିଆ ଜାତି ପ୍ରତି ସମ୍ମାନ ଓ ଯୁବ ଗୋଷ୍ଠୀ ପ୍ରତି ମଧୁବାବୁଙ୍କର ବାଣୀ ବେଶୀ ଚମତ୍କାର ଥିଲା ବୋଲି ପ୍ରକାଶ କରିଥିଲେ. ମୁଖ୍ୟବକ୍ତା ଭାବେ ଇତିଶ୍ରୀ ମହାପାତ୍ର, ଆଇନଜୀବୀ ଯୋଗଦେଇ ମଧୁବାବୁଙ୍କ ଦ୍ୱାରା ଶିକ୍ଷାର ପ୍ରସାର ଓ ଶିଳ୍ପାୟନ ବିଷୟରେ ଆଲୋକପାତ କରିଥିଲେ. ସମ୍ମାନିତ ଅତିଥି ଶ୍ୱେତା ପଟ୍ଟନାୟକ, ଅଧ୍ୟାପିକା ସେଂଚୁରିୟାନ୍ ବିଶ୍ୱବିଦ୍ୟାଳୟ। ତାଙ୍କ ବକ୍ତବ୍ୟରେ ମଧୁବାବୁଙ୍କ ଓଡ଼ିଆ ଭାଷା ଆନ୍ଦୋଳନରେ ଭୂମିକା ନେଇ ପ୍ରକାଶ କରିଥିଲେ.ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରି ଆଶାଲତା ପାଣିଗ୍ରାହୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ ଭଗବତ ପାଢ଼ୀ, ଅରୀକ୍ଷିତ ଜେନା, ଭରତ ଭୂଷଣ ମହାନ୍ତି ପ୍ରମୁଖ ମଧୁବାବୁଙ୍କ ଆଦସ ଓ ଓଡ଼ିଆ ଭାଷାର ଓ ଓଡ଼ିଆଙ୍କ ଉନ୍ନତି ପାଇଁ ତାଙ୍କରି ମହତ୍ତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ. ପରିଶେଷରେ ସ୍ନେହା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ.