ଉତ୍କୋଚ ନଦେବାରୁ ବହୁ ହିତାଧିକାରୀ କାଳିଆ ଯୋଜନାରୁ ବଂଚିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ବହୁ ହିତାଧିକାରୀ ପ୍ରାପ୍ୟ ପାଇବାରୁ ବଂଚିତ ହୋଇଛନ୍ତି । ଏନେଇ ହିତାଧିକାରୀ ମାନେ ଗ୍ରାମ୍ୟ କୃଷି କର୍ମୀଙ୍କୁ ଦାୟୀ କରିବା ସହ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ପଞ୍ଚାୟତ ବାଙ୍ଗୋରପଦୀ ଗ୍ରାମର ଅନନ୍ତ ଚରଣ ପୃଷ୍ଟି ଗତ ଜାନୁଆରୀ ମାସରେ କାଳିଆ ଯୋଜନାର ପ୍ରଥମ କିସ୍ତି ଟଙ୍କା ବନ୍ତସ୍ଥିତ ବିବିସିସି ବ୍ୟାଙ୍କ ଶାଖା ମାଧ୍ୟମରେ ପାଇଥିଲେ । କିନ୍ତୁ ୨ୟ କିସ୍ତି ଟଙ୍କା ନପାଇବାରୁ ସେ ସେଣ୍ଢତୀରାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଖାତା ଖୋଲି ଅନଲାଇନ ମାଧ୍ୟମରେ ନିଜର ଖାତାକୁ ସଂଶୋଧନ କରି ପୁନର୍ବାର ବନ୍ତ ପଞ୍ଚାୟତର କାର୍ଯ୍ୟରତ ଭି.ଏ.ଡବ୍ଲ୍ୟୁଙ୍କୁ ମାନୁଆଲ କପି ପ୍ରଦାନ କରିଥିଲେ । ଉତ୍କୋଚ ଦେଇନପାରିବାରୁ ସେ ଉକ୍ତ ଯୋଜନାର ଅର୍ଥ ପାଇବାରୁ ବଂଚିତ ହୋଇଛନ୍ତି । ଅପରପକ୍ଷେ ବହୁ ପରିବାରରେ ଏକରୁ ଅଧିକ ବ୍ୟକ୍ତି ଏହି ଯୋଜନାରେ ଅର୍ଥ ପାଇଥିବା ଅଭିଯୋଗ ହୋଇଛି । ସେପରିସ୍ଥଳେ ଗରିବ ବ୍ୟକ୍ତିଟିଏ ଉତ୍କୋଚ ଦେଇପାରୁନଥିବାରୁ ତାଙ୍କୁ ଜାଣିଶୁଣି ହଇରାଣ କରାଯିବା ସହ ଜମା ଖାତାରେ ଭୁଲ ଏଣ୍ଟ୍ରିଂ କରି ଅର୍ଥକୁ ହୋଲିଂ କରାଯାଉଛି । ଫଳରେ ପ୍ରକୃତ ହିତାଧିକାରୀ ମାନେ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହୋଇଛନ୍ତି । ବିଭାଗୀୟ ଅଧିକାରୀ ଘଟଣା ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ