ଉତ୍ତରପୂର୍ବ ରାଜ୍ୟ ରେ ବନ୍ୟା, ମୃତ୍ୟୁ ସଂଖ୍ୟା ୧୩୯ ପହଞ୍ଚିଲା
(ଯୁଗାବ୍ଦ ନ୍ୟୁଜ )ସାରା ଦେଶ ରେ ମୈ।ସୁମୀ ର ଆଗମନ ହେଉଥିବା ବେଳେ ଆସାମ ଓ ବିହାର ରେ ଜାରି ରହିଛି ବନ୍ୟା । ବିଗତ ୨୪ ଘଣ୍ଟା ମଧ୍ୟରେ ବିହାର ରେ ଏଯାଁଏ ୯୨ ଓ ଆସାମରେ ୪୭ଜଣ ମୃତ୍ୟୁ ହୋଇଛି । ମୋଟ ମୃତ ସଂଖ୍ୟା ୧୩୭ ରେ ପହଁଚିଛି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରେ ବନ୍ୟା ପୀଡିତାଙ୍କୁ ୬-୬ ଲକ୍ଷ ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି । ସେପଟେ ଆସାମରେ କେନ୍ଦ୍ରସରକାର ବନ୍ୟା ପାଇଁ ୨୫୧.୫୫ କୋଟି ଟଙ୍କା ରାଜ୍ୟ ବିପର୍ଯ୍ୟୟ ମୁକାବଲା ପାଇଁ ପାଣ୍ଠି କୁ ଦେଇଛନ୍ତି । ଏହା ସହିତ ବନ୍ୟା ପୀଡିତା ଙ୍କୁ ସହାୟତା ପାଇଁ କେନ୍ଦ୍ରସରକାର ସାଂସଦ ପ୍ରତିନିଧି ଟିମ କୁ ପ୍ରତିଶ୍ରୁତି ଦେଇଛନ୍ତି ।


