ଉତ୍ତରପ୍ରଦେଶର ବିଜେପି କୁ ଝଟ୍କା ଫୁଲଛାଡି ହାତ ଧରିଲେ ସାବିତ୍ରୀ
ପୂର୍ବ ୟୁପିର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପଶ୍ଚିମ ୟୁପି ମହା ସଚିବ ଜ୍ୟୋତୀରାଦିତ୍ୟ ସିନ୍ଧିଆ ଦାଇତ୍ୱ ନେବା ପରେ ୟୁପିରେ କଂଗ୍ରେସର ପାଲା ଭାରି ହେବା ଦେଖି ବିରୋଧିଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ବର୍ତ୍ତମାନର ଉତ୍ତରପ୍ରଦେଶର ବିଜେପି ଦଳ ର ୨୦୧୪ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ବହରାଇଚ ସାଂସଦ ସାବିତ୍ରୀ ଫୁଲେ ଆଜି କଂଗ୍ରେସରେ ବିଧିବଧ ଭାବେ ଯୋଗଦାନ କରିଛନ୍ତି । ଫୁଲେଙ୍କ ସହ ବହୁଜନ ସମାଜ ବାଦି ପାଟିର ଫତେପୁର ଲୋକସଭା ନିର୍ବାଚନ ମଣ୍ଡଳିର ପୂର୍ବତନ ସାଂସଦ ରାକେଶ ସଚାନ ମଧ୍ୟ କଂଗ୍ରେସ କାର୍ୟ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ , ପୂର୍ବ ୟୁପିର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପଶ୍ଚିମ ୟୁପି ମହା ସଚିବ ଜ୍ୟୋତୀରାଦିତ୍ୟ ସିନ୍ଧିଆ ଉପସ୍ତିତିରେ ଯୋଗଦେଇଛନ୍ତି । କଂଗ୍ରେସ ପାଟି ଉତ୍ତର ପ୍ରଦେଶରେ ମହା ସଚିବ ଦୁଇ ଜଣଙ୍କୁ ବିରୋଧି ପାଟିରୁ ଆଣି କଂଗ୍ରେସ ଦଳରେ ମିଶାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବାରୁ ଦଳ ପକ୍ଷରୁ ପ୍ରସଂସା କରାଯାଇଛି । କିଛି ଦିନ ପୂର୍ବ ସାଂସଦ ସାବିତ୍ରୀ ଫୁଲେ ବିଜେପିକୁ ଦଳିତ ବିରୋଧି କହି ବିଜେପି ଦଳର ଚର୍ଚ୍ଚାର କାରଣ ହୋଇଥିଲେ । ଶ୍ରୀମତୀ ଫୁଲେ ଗତ ଡିସେମ୍ବର ୬ ତାରିଖରେ ବିଜେପି ଦଳରୁ ଇସ୍ତଫା ଦେଇଥିଲେ । ଆଜି କଂଗ୍ରେସରେ ଦୁଇ ଦଳିତ ନେତା ଯୋଗଦେବା ପରେ ଉତ୍ତର ପ୍ରଦେଶରେ କଂଗ୍ରେସର ସ୍ଥିତି ସୁଦୃଢ ହେବ ବୋଲି ଆଲୋଚ୍ୟର ବିଷୟ ହୋଇଛି ।