ଉତ୍ତରପ୍ରଦେଶର ୩୧ ଜଣ ଶ୍ରମିକ ଓ ଫେରିବାଲାଙ୍କୁ ସହାୟତା
ରାଇରଙ୍ଗପୁର:କରୋନା ପାଇଁ ସାରା ଭାରତ ନିସ୍ତବ୍ଧ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର କ୍ରୋଧାନ୍ୱିତ ସହିତ ଦିର୍ଘସ୍ଥାୟୀ ଲଢେଇ ପାଇଁ ବିଭିନ୍ନ କଠୋର କାର୍ଯ୍ୟାନୁଷ୍ଠାନ ଆପଣେଇ ଛନ୍ତି ।ଚାରିପଟେ ଘେରା ବନ୍ଦ କରିଛନ୍ତି ।ଚକ,ଅଖ,କାମଧନ୍ଦା ସବୁ ଠପ୍ । ଯାହାଫଳରେ ଓଡ଼ିଶାକୁ ଆସିଥିବା ବାହାର ରାଜ୍ୟର ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହୋଇଛନ୍ତି । ପାଖରେ ଅର୍ଥ ନାହିଁ,ହାତକୁ କାମ ନାହିଁ,ଘର ମାଲିକର ନାଲି ଆଖି,ନାକାବନ୍ଦି କେବେ ଖୋଲିବ, ଭୟ, ଦୂରରେ ଥିବା ପରିବାର ଲୋକ ମାନଙ୍କ ଦୁଖ ଓ ଆର୍ତ୍ତନାଦ । ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଆଜି ଗତକାଲି ସନ୍ଧ୍ୟାରେ କଟକରୁ ୧୫ଟି ମଟରସାଇକେଲରେ ଉତ୍ତରପ୍ରଦେଶର ୩୧ ଜଣ ଶ୍ରମିକ ଓ ଫେରି ବାଲା ଫେରୁଥିବା ବେଳେ ଥାନା ପାଖରେ ତାଙ୍କୁ ଅଟକ ରଖାଯାଇଛି ଯାଇଥିଲା । ସେଠାରେ ସେମାନଙ୍କର କାଗଜପତ୍ର ଯାଞ୍ଚ କରାଯିବା ସହ ଅତିଥି ଦେବ ଭବୋ ଭାବନା ନେଇ ସେମାନଙ୍କୁ ଖାଦ୍ଯ ପଦ୍ୟ ବ୍ୟବସ୍ଥା କରାଯିବା ସହ ତାଙ୍କୁ ଘରକୁ ଫେରିବାପାଇଁ ଆନୁସଂଗିକ ସୁବିଧା ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏବଂ ଅନ୍ୟ କର୍ମଚାରୀ ସହାୟତା ଯୋଗାଇ ଦେଇଥିଲେ ।


