ଉତ୍ତରପ୍ରଦେଶ ବିଧାନପରିଷଦ ସଦସ୍ୟଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ଉତ୍ତରପ୍ରଦେଶ ବିଧାନପରିଷଦ ସଦସ୍ୟ ଧୀରମାନ ଧର୍ମବୀରସିଂ ଅଶୋକ ଦିନିକିଆ ଗ୍ରସ୍ତରେ ଆସିଥିବା ଜଣାପଡିଛି । ସେ ଗତକାଲି ଗଜପତି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ପହଞ୍ଚିବା ପରେ ଗଜପତି ଜିଲ୍ଲା ବହୁଜନ ସମାଜ ପାର୍ଟିର ବହୁ ସଦସ୍ୟ ଏବଂ ନେତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମୁଖ୍ୟତଃ ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ବହୁଜନ ସମାଜ ପାର୍ଟି କିପରି ସୁଦୃଢ ହେବ ସେ ବିଷୟରେ ସେ ଆଲୋଚନା କରିଥିଲେ । ଯେ ହେତୁ ବହୁଜନ ସମାଜ ପାର୍ଟି ଆଦିବାସୀ,ହରିଜନ ଏବଂ ମାଇନେରେଟିସ ପାଇଁ ଅଧିକ ସମର୍ଥନ କରିଥାଏ ତେଣୁ ଏହି ଜିଲ୍ଲାରେ ଏହି ଦଳ ଆସନ୍ତା ଦିନରେ ସୁଦୃଢ କରିବା ପାଇଁ ଧୀରମାନ ଏହି ଜିଲ୍ଲାକୁ ଗ୍ରସ୍ତ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦଳର ରାଜ୍ୟ ସଭାପତି ଟଙ୍କଧର ବାଗ,ରାଜ୍ୟ ସଂଯୋଜକ ସୁବ୍ରତ କୁମାର ସାମଲ,ଗଞ୍ଜାମ ଜିଲ୍ଲା ସଭାପତି ରାମହରି ବେହେରା,କେ.ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ