ଉତ୍ତରପ୍ରଦେଶ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଭାରତୀୟ ସମାଜ ପାର୍ଟି
ଲକ୍ଷେ୍ନø(ଏଜେନ୍ସି): ବିଜେପି ଟିକଟ୍ରେ ନିର୍ବାଚନ ଲଢିବା ନେଇ ସହମତି ନହେବା ପରେ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର ମଙ୍ଗଳବାର ଉତ୍ତରପ୍ରଦେଶର ୩୯ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ରାଜଭର କହିଛନ୍ତି ଯେ ବିଜେପି ଚିହ୍ନରୁ ନିର୍ବାଚନ ଲଢିବାକୁ ତାଙ୍କୁ କୁହାଯାଇଥିଲା ମାତ୍ରସେ ନିଜ ଦଳୀୟ ନିର୍ବାଚନୀ ଚିହ୍ନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବିଧାନସଭାରେ ବିଜେପି ସହ ମେଣ୍ଟ ପୂର୍ବବତ୍ କାଏମ ରହିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଜଭର ଅଭିଯୋଗ କରୁଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାକ୍ଷାତକାର ପାଇଁ ସମୟ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ତାଙ୍କୁ ଗୋଟିଏ ବି ଲୋକସଭା ଆସନ ଦେଉନଥିବାରୁ ଅଲଗା ପ୍ରାର୍ଥୀ ଦେବାକୁ ବାଧ୍ୟ ହେଲୁ ବୋଲି ସେ କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ବିଜେପି ଠାରୁ ପୃଥକ୍ ଭାବେ ଚଳିତ ଲୋକସଭା ନିର୍ବାଚନ ଲଢିବାକୁ ଶନିବାର ରାଜଭର ଘୋଷଣା କରିଥିଲେ । ଏହି କ୍ରମରେ ମଙ୍ଗଳବାର ରାଜଭର ସୀତାପୁର, ଲକ୍ଷେ୍ନø, ବାନ୍ଧା, ଫତେହପୁର, ଅ ।ହ୍ଲାବାଦ, ଫୈଜାବାଦ, ଆମ୍ବେଦକରନଗର, ରାୟବରେଲି, ଅମେଠି, ବାରାବଙ୍କି, ପ୍ରତାପଗଡ଼, ମୋହନଲାଲନଗଞ୍ଜ, ସନ୍ତକବୀରନଗର, ମହାରାଜଗଞ୍ଜ, ଗୋରଖପୁର, କୁଶୀନଗର, ଦେଓରିଆ ଆଦି ୩୯ଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।


