ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବିଭିନ୍ନ ବୁଥ୍ ପରିଦର୍ଶନ
ଢେଙ୍କାନାଳ(ଜୁଗାବ୍ଦ ନ୍ୟୁଜ୍): ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଟି ଆଓ ଭା.ପ୍ର.ସେ ରବିବାର ଅପରାହ୍ଣରେ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଏକକାଳୀନ ସାଧାରଣ ନିର୍ବାଚନ-୨୦୧୯ର ଜିଲ୍ଲାରେ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମ୍ପର୍କରେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ସହିତ ଆଲୋଚନା କରିଥିଲେ । ଢେଙ୍କାନାଳ ସଦର ନିର୍ବାଚନମଣ୍ଡଳୀର କୁଞ୍ଜକାନ୍ତ, ଜର୍ଜ ଉପ୍ରା ବିଦ୍ୟାଳୟ, ବନମାଳୀ ପ୍ରସାଦ, ରାସୋଳ, ନାଓକିଆରୀଠାରେ ଥିବା ଏକାଧିକ ଭୋଟଗ୍ରହଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଥିବା ସୁବିଧା ଓ ଅସୁବିଧା ବୁଝିବା ସହ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଶ୍ରୀ ଆଓ ନିର୍ଦ୍ଦେଶ ଦେଇଥିଲେ । ତାଙ୍କସହିତ ସହକାରୀ ଜିଲ୍ଲାପାଳ ସୀତାଂଶୁ ଦାସ ଯିବା ସହ ସମ୍ପୃକ୍ତ ବୁଥ୍ଗୁଡ଼ିକୁ ବୁଲାଇ ଦେଖାଇଥିଲେ । ରାତି ୮ଟା ସୁଦ୍ଧା ଢେଙ୍କାନାଳ ଜିଲ୍ଲାର ସମସ୍ତ ଚାରିଗୋଟି ନିର୍ବାଚନମଣ୍ଡଳୀର ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ପୋଲିଂ ପାର୍ଟି ପହଞ୍ôଚଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ରଶ୍ମୀରେଖା ସ୍ୱାଇଁ ପ୍ରକାଶ କରିଛନ୍ତି ।