ଉତ୍ତରେଶ୍ୱର ମନ୍ଦିରରେ ଦ୍ୱୀପଯଜ୍ଞ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉତ୍ତରେଶ୍ୱର ମନ୍ଦିରରେ ୨୪ପ୍ରହର ନାମ ମଣ୍ଡପଠାରେ ଦିବ୍ୟଜୀବନ ସଂଘ ଭକ୍ତମାନଙ୍କ ଦ୍ୱାରା ବିଷ୍ଣୁ ସହସ୍ରନାମ ପାଠ ,ଭଜନ , କୀର୍ତ୍ତନ ସତସଙ୍ଗ ପରେ ବ୍ରହ୍ମପୁର ବେଦପାଠଶାଳା ଛାତ୍ରମାନେ ବେଦ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର କବି ବେଦର ମହତ୍ୱ ବୁଝାଇଥିଲେ । ଏହାପରେ ୧୦ହଜାର ଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରବକ୍ତା ଗୌରୀ ଶଙ୍କର ପାଢୀଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ ।


