ଉତ୍ତର ଓଡିଶା ବିକାଶ ପରିଷଦ ପାଇଁ ୨୦୦ କୋଟି ଓ ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି ବ୍ୟୟ ବରାଦକୁ ସ୍ଵାଗତ:ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଯଶିପୁର ବିଧାୟକ ତଥା ରାଜ୍ୟ ଜଂଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଆଜି. ୨୦୨୫-୨୬ ପାଇଁ ବିଧାନସଭା ରେ ଉପସ୍ଥାପିତ ବଜେଟ ସଂକ୍ରାନ୍ତ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ଜୁରି ଲାଲ ମହାନ୍ତ ସଭାପତିତ୍ବ କରିଥିବା ବେଳେ ବଜେଟ ସମ୍ପର୍କରେ ମୁଖ୍ୟ ଆଲୋଚକ ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଷ,ଜଳବାୟୁ ପରିବର୍ତନ ଏବଂ ଶ୍ରମ, ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ପୁର୍ବତନ ବିଜେପି ଜିଲ୍ଳା ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ଉପସଭାପତି ନରେନ୍ଦ୍ର ନାଥ ସାହୁ ଉପସ୍ଥିତ ଥିଲେ l ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ ପ୍ରାରମ୍ଭିକ ସ୍ଵାଗତ ଭାଷଣ ସହିତ ସମ୍ମିଳନୀ ର ଆଭିମୁଖ୍ୟ ନେଇ ବକ୍ତବ୍ଯ ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ମହିଳା ଶାଖା ର ପଦାଧିକାରୀ ଚମ୍ପା ବତୀ ସେଠୀ, ମୀନା ମହାନ୍ତ, ପ୍ରମିଳା ସେଠୀ, ପବିତ୍ରl ମହାନ୍ତ ଯଶିପୁର ମଣ୍ଡଳ ସଭାପତି ପଶୁ ପତି ମିଶ୍ର, ଚନ୍ଦନ କୁମାର ମହାନ୍ତ ଙ୍କ ସମେତ ବହୁ ବିଜେପି ପଦାଧିକାରୀ ଯୁବ ମହିଳା ନେତୃବୃନ୍ଦ ଉପସ୍ଥିତ ଥିଲେ l
ବଜେଟ ର ମୁଖ୍ୟାଂଶ ନେଇ ମନ୍ତ୍ରୀ ଗଣେଶ ରାମ ସିଂ ବିସ୍ତୃତ ଆଲୋଚନା କରିଥିଲେ l ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ର ବଜେଟ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇ ଥିବା ପ୍ରସଙ୍ଗ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ କୃତଜ୍ଞତା ଜଣାଇଥିଲେ l ଏହି ବଜେଟ କୁ ଲୋକାଭିମୁଖୀ ଓ ଜନ କଲ୍ଯାଣ କାରୀ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଗଣେଶ ରାମ ବଜେଟ ରେ ଗରିବ ମଧ୍ୟବିତ୍ତ, ଯୁବ ମହିଳା ଚାଷୀ ଙ୍କ ପାଇଁ ବିଶେଷ ଦୃଷ୍ଟି ଦିଆଯାଇ ଥିବା ଏବଂ ସବକା ସାଥ ସବକା ବିକାଶ କୁ ପ୍ରାଥମିକତା ଦିଆଯାଇଥିବା ପ୍ରକାଶ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ