‘ଉତ୍ତର ଓଡ଼ିଶା ସହୋଦୟ ସ୍କୁଲ ସଂଘ’ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଶିକ୍ଷାନୀତିରେ ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ନେଇ ଗଠିତ ‘ଉତ୍ତର ଓଡ଼ିଶା ସହୋଦୟ ସ୍କୁଲ ସଂଘ’ର ଏକ କର୍ମଶାଳା ସ୍ଥାନୀୟ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ପ୍ରଭୃତି ଜିଲାରୁ ୨୫ ଗୋଟି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଏଥିରେ ଯୋଗଦେଇଥିଲେ । ପରସ୍ପର ମଧ୍ୟରେ ସୌହାର୍ଦ୍ଧ୍ୟ ବାତବରଣ ସୃଷ୍ଟି ସାଙ୍ଗକୁ ସାମୂହିକ ଭବେ ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ଦିଗରେ କାର୍ଯ୍ୟ କରିବା ଉପରେ ସମସ୍ତେ ସହମତି ପ୍ରକାଶ କରିଥିଲେ । ବିଶେଷ ପରସ୍ପର ମଧ୍ୟରେ ପ୍ରତିଯୋଗୀ ମନୋଭାବ ଦୂରେଇ ସହଯୋଗ ଭିତ୍ତିରେ ଶୈକ୍ଷିକ ପରିବେଶ ସୃଷ୍ଟି ଓ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଉପସ୍ଥିତ ବିଭିନ୍ନ ସ୍କୁଲର ପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ । ଉତ୍ତର ଓଡ଼ିଶା ସହୋଦୟ ସ୍କୁଲ ସଂଘର ସଭାପତି ତଥା ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶିକ୍ଷାବିତ ସୁଧାଂଶୁ ଶେଖର ପଣ୍ଡା ଏହି କର୍ମଶାଳାରେ ଅଧ୍ୟକ୍ଷତା କରିବା ସହିତ ସଂଗଠନର ଆଭମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସଂଘର ସମ୍ପାଦିକା ବରିପଦା ବିବେକାନନ୍ଦ ବିଦ୍ୟାଳୟର ଅଧ୍ୟକ୍ଷା ବୀଣା ଦାସ ସଂଗଠନର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଯୁଗ୍ମ ସମ୍ପାଦକ ସନ୍ୟାସୀ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଉଁଝରରୁ କିରଣବାଳା ସାହୁ, ଜୟନ୍ତୀ ହୋତା, ରଞ୍ଜନ କୁମାର କର, ହିମାଂଶୁ ଶେଖର ଘଡ଼େଇ, ମୟୂରଭଞ୍ଜରୁ ଫାଦର ରାଜେଶ ଚାକୋ, କୃତୀବାସ ଦସ, ଫାଦର ବିର୍ଘେଷ, ବିଷ୍ଣୁ ଅଗ୍ରୱାଲ, ଭଦ୍ରକରୁ ଜିନି ଜୋଶେଫ, ସୁଧିଷ୍ଟିର ଦେବତା, ପିସି ମାଲି ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ