ଉତ୍ତର ପୁର୍ବ ରାଜ୍ୟରୁ ରାଜଧାନୀକୁ ଡେଇଁଲା ଅସନ୍ତୋଷ

(ଯୁଗାବ୍ଦ ନ୍ୟୁଜ): ନାଗରିକ ସଂଶୋଧନ ବିଲ ଏବେ ଆଇନରେ ପରିଣତ ହୋଇସାରିଛି । ଏହାକୁ ନେଇ ଉତ୍ତର ପୁର୍ବ ରାଜ୍ୟ ଜଳୁଥିବାବେଳେ ଏବେ ସେହି ନିଆଁ ଡେଇଁଛି ରାଜଧାନୀ ଦିଲ୍ଲୀକୁ । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ବିଲକୁ କଡା ବିରୋଦ୍ଧ କରିବା ସହ ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରବିବାର କିଛି ବିକ୍ଷୋଭକାରୀ ଦକ୍ଷିଣ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି କରିବା ସହ ପୋଲିସ ଓ ଆନ୍ଦୋଳନକାରୀମାନେ ମୁହାଁ ମୁହିଁ ହୋଇଥିଲେ । ପରିସ୍ଥିତକୁ ଥଣ୍ଡା କରିବାକୁ ଯାଇ ପୋଲିସ ଟିୟର ଗ୍ୟାସ ପ୍ରୟୋଗ କରିଥିବାବେଳେ ଆନ୍ଦୋଳନ କାରୀମାନେ ଏହାକୁ ନ ମାନି କାର ଭଙ୍ଗାରୁଜା କରିବା ସହ ତିନୋଟି ବସରେ ନିଆଁ ଲଗାଇ ଦେଇଥିଲେ । ସୁଚନାଥାଉକି , ନାଗରିକ ସଂଶୋଧନ ବିଲକୁ ବିରୋଦ୍ଧ କରି ଆସାମ, ମିଜୋରାମ , ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ପୋଲିସର ଗୁଳିମାଡରେ ମୃତ୍ୟୁସଂଖ୍ୟା ୫ ରେ ପହଞ୍ଚିଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ