ଉତ୍ସର୍ଗ ପରିବାର ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ଗୁରୁ ଶିଷ୍ୟ ର ସମ୍ପର୍କ ମହାନ ଓ ପବିତ୍ର।ପୂର୍ବରୁ ଗୁରୁକୁଳ ଆଶ୍ରମ ମାନଙ୍କରେ ୠଷି ,ମୁନି, ସାଧୁ ସନ୍ଥ ମାନେ ଶିଷ୍ୟମାନଙ୍କୁ ଅନେକ ପ୍ରକାରର ଶିକ୍ଷା ପ୍ରଦାନ କରୁଥିଲେ। ଯଥା :- ମାନସିକ ର ବିକାଶ, ଶାରୀରିକ ଦକ୍ଷତା ପାଇଁ ସମର ଶିକ୍ଷା ଦିଆଯାଉଥିଲା ଯେଉଁଟା କି ନିଜର ଆତ୍ମାରକ୍ଷା ସହିତ ରାଜ୍ୟସୁରକ୍ଷା ରେ କାର୍ଯ୍ୟରେ ଆସୁଥିଲା। ନୈତିକତା , ରାଜନୈତିକତା, ବୌଦ୍ଧିକ ବିକାଶ କ୍ଷେତ୍ରରେ ଶିଷ୍ୟମାନଙ୍କର ଜିଜ୍ଞାଂସା ଅଭିବୃଦ୍ଧି ଘଟୁଥିଲା । ତାହା ପୁଣି ନିଃଶୁଳ୍କ ବ୍ୟବସ୍ଥା ମାଧ୍ୟମରେ ।କିନ୍ତୁ ଏବେ ଗୁରୁ ଶିଷ୍ୟ ଙ୍କ ମଧ୍ୟରେ ସମ୍ପର୍କ କ୍ଷୁର୍ଣ୍ଣ ହେବାକୁ ବସିଲାଣି । ଶିକ୍ଷା ଏକ ବ୍ୟବସାୟ ରେ ପରିଣତ ହୋଇ ଗଲାଣି ତଥାପି ଆଜି ଅନେକ ସ୍ଥାନରେ ଗୁରୁ ଶିଷ୍ୟ ର ପରମ୍ପରା ଅତୁଟ ରହିଛି । ପବିତ୍ର ଗୁରୁଦିବସ ଅବସରରେ ଗୋପ ର ଉତ୍ସର୍ଗ ପରିବାର ପକ୍ଷରୁ ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସର୍ଗ ପରିବାର ର ସମ୍ପାଦକ ବିଷ୍ଣୁ ମୋହନ ପ୍ରଧାନଙ୍କ ଅଧକ୍ଷତାରେ ଗୋପ ର ବାୟାକୁଦା ଠାରେ ଥିବା ମା ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ଗୁରୁପୂଜନ କାର୍ଯ୍ୟକ୍ରମ।ଏହି ଗୁରୁପୂଜନ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ସତ୍ୟପ୍ରିୟ ନାୟକ ,ଛୋଟ ଛୋଟ ଶିଶୁମାନଙ୍କୁ ବର୍ଷ ବର୍ଷ ଧରି ଅର୍ଥମୁକ୍ତ ଶିକ୍ଷାଦାନ ଦେଉଥିବା ଗୁରୁମା ରେବତୀ ଦାଶ,ବରିଷ୍ଠ ଶିକ୍ଷାବିତ ତଥା କବି ରବିନ୍ଦ୍ରନାଥ ବେହେରା, ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଶତୃଶଲ୍ୟ , ବରିଷ୍ଠ ଶିକ୍ଷାବିତ ତଥା ଉତ୍ସର୍ଗ ପରିବାର ର ସଭାପତି ଲକ୍ଷ୍ମୀଧର ବେହେରା ଓ ବରିଷ୍ଠ ସମାଜସେବୀ ତଥା ଗୋପ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସର୍ଗ ପରିବାର ର ସଦସ୍ୟ ଭାଗିରଥି ପ୍ରଧାନ, ନରେଶ ବେହେରା, ସୁକାନ୍ତ ପ୍ରଧାନ,ଉମେଶ ଚନ୍ଦ୍ର ସାହୁ, ଆଶୁତୋଷ ସେନାପତି, ବିଶ୍ୱରଞ୍ଜନ ସାହୁ, ବାପୁନି ଭୋଇ, ଦିପ୍ତୀରଞ୍ଜନ ପ୍ରଧାନ, ପପୁ ଭୋଇ, ଜଗବନ୍ଧୁ ବାରିକ, ଛନ୍ଦନ, ମଣ୍ଟୁ, ସାଗର, ସନ୍ତୋଷ, ଛବିନ,ଆଲୋକ, ତପୁନା,ପ୍ରମୁଖ ସ୍ୱେଚ୍ଛାସେବୀ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l


