ଉଦଘାଟନର ୩ ଦିନ ପରେ ଭାଙ୍ଗିଲା ଲେଟିନ ଵିଭକ୍ତ ପ୍ଳେଟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାରେ ଚାଲିଛି ସ୍କୁଲ ରୂପାନ୍ତରିତ କାର୍ଯ୍ୟ ।କିଛି ଅସାଧୁ କର୍ମଚାରୀ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକାଯୋଗୁଁ ବିକାଶ ଧାରାରେ ଵାଧା ସୃଷ୍ଟି ହୋଇଛି ଓ କାର୍ଯ୍ୟରେ ମହାଦୁର୍ନୀତି ହୋଇଛି। ଏପରି ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଵୁରୁପଡା ଭଗବତୀ ବିଦ୍ୟାପୀଠ ର ପରିଶ୍ରାଗାରରେ। ଛାତ୍ରୀ ହାଈଜେନିକ ଲେଟିନ ଵିଭକ୍ତ ପ୍ଳେଟ ଭାଙ୍ଗି ଲୋଟି ପଡିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରୀ। ୨୩/୮/୨୦୨୧ରିଖରେ ସ୍କୁଲ୍ ରୂପାନ୍ତରିତ କାର୍ଯ୍ୟ ୨ୟପର୍ଯ୍ୟାୟରେ ଭୂବନେଶ୍ବର ଏକାମ୍ର ବିଧାୟକ ଅଶୋକ କୁମାର ପଣ୍ଡା ଓ ଵ୍ରଜରାଜନଗର ଵିଧାୟକ କିଶୋର କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇଥୁଵା ଵେଳେ ମୁଖ୍ୟ ମନ୍ତ୍ରୀ ଭିସି ଜରିଆରେ ଉଦଘାଟନ କରିଥିଲେ। କିଛି ଛାତ୍ର ଛାତ୍ରୀ ସ୍କୁଲରେ ପାଠ ପଢିବା ପାଇଁ ଯାଈଥୁଲେ। ଶନିବାର ଦିନ ସ୍କୁଲରେ ଛାତ୍ରୀ ପରିଷ୍ରାଗାର ବିଭକ୍ତ ପ୍ଳେଟ ଭାଙ୍ଗି ଲୋଟି ପଡିଥିଵା ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ପ୍ରକାଶ ଥାଉକି ତରବରିଆ ଭାବେ ସ୍କୁଲ ରୁପାନ୍ତରିତ କାର୍ଯ୍ୟ ବାହାବା ନେବାକୁ ନିମ୍ନମାନର କାର୍ଯ୍ୟକରାଯାଇଥୀବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏ ନେଇ ହିଞ୍ଜିଳିକାଟୁ ବିଡିଓ ସୁଵ୍ରତ କୁମାର ଜେନା ଙ୍କୁ ପଚାରିବାରୁ କାନ୍ଥ ଦେଈ ଯାଇଥୀବା ପାଣି ପାଇପଲାଇନ ଯାଇଥୀବା ସ୍ଥାନରେ ବିଭକ୍ତ ମାର୍ଵଲ ପ୍ଳେଟ ଲଗାଯାଇଥୁବାରୁ କୌଣସି କାରଣରୂ ପଡିଯାଇଥୀବା କହିଛନ୍ତି । ଶନିବାର ଦିନ ମରାମତି କାର୍ଯ୍ୟସମ୍ପାଦନା କରାଯାଇଥୀବା ହିଞ୍ଜିଳି ଵିଡିଓ କହିଛନ୍ତି ।