ଉଦଘାଟନର ୩ ମାସ ପରେ ବି ନେତାଜୀ ବ୍ଯାଖ୍ଯାନ କେନ୍ଦ୍ରରେ ଝୁଲୁଛି ତାଲା

କଟକ, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ୟାଖ୍ୟାନ କେନ୍ଦ୍ର । କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ ମହାଆଡ଼ମ୍ବରରେ ଏହାକୁ ଉଦଘାଟନ କଲେ । କିନ୍ତୁ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏହା ଖୋଲି ପାରିଲା ନାହିଁ । ଯାହାକୁ ନେଇ ନେଇ ଅସନ୍ତୋଷ ବଢୁଥିବାବେଳେ ପ୍ରକଳ୍ପକୁ ପରିଚାଳନା କରିବା ଦକ୍ଷତା ସରକାରଙ୍କ ନିକଟରେ ନାହିଁ ବୋଲି ଅଭିଯୋଗ କରିଛନ୍ତି କଟକବାସୀ । ସେପଟେ ଅସମ୍ପୂର୍ଣ ଅବସ୍ଥାରେ ଏହାର ଉଦଘାଟନ ହୋଇ ଥିବା ସିଡିଏ ଭିସି ସ୍ୱୀକାର କରିବା ସହିତ ଚଳିତ ମାସରେ ଏହା ଖୋଲିବ ବୋଲି କହିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ୟାଖ୍ୟାନ କେନ୍ଦ୍ର । କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ ମହାଆଡ଼ମ୍ବରରେ ଏହାକୁ ଉଦଘାଟନ କଲେ । କିନ୍ତୁ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏହା ଖୋଲି ପାରିଲା ନାହିଁ । ଯାହାକୁ ନେଇ ନେଇ ଅସନ୍ତୋଷ ବଢୁଥିବାବେଳେ ପ୍ରକଳ୍ପକୁ ପରିଚାଳନା କରିବା ଦକ୍ଷତା ସରକାରଙ୍କ ନିକଟରେ ନାହିଁ ବୋଲି ଅଭିଯୋଗ କରିଛନ୍ତି କଟକବାସୀ । ସେପଟେ ଅସମ୍ପୂର୍ଣ ଅବସ୍ଥାରେ ଏହାର ଉଦଘାଟନ ହୋଇ ଥିବା ସିଡିଏ ଭିସି ସ୍ୱୀକାର କରିବା ସହିତ ଚଳିତ ମାସରେ ଏହା ଖୋଲିବ ବୋଲି କହିଛନ୍ତି।ବାହା ବା ନେବାକୁ ପ୍ରତିଯୋଗିତା । ପରିଚାଳନା ବେଳେ ପଛଘୁଞ୍ଚା । ସରକାର ବଦଳିବା ପରେ ବଦଳିଛି ଆଭିମୁଖ୍ୟ । ଫିତା କାଟି ଅଧାଗଢା ରହିଯାଉଛି ପ୍ରକଳ୍ବ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକରେ । ପୂର୍ବ ସରକାର ଅମଳରେ ସିଡିଏ ପକ୍ଷରୁ ୪୫ କୋଟି ବ୍ୟୟରେ ନିର୍ମାଣ ହୋଇଥିଲା ବହୁ ପ୍ରତିକ୍ଷୀତ ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର । ଲକ୍ଷ୍ଯ ଥିଲା ସହରରେ ପର୍ଯ୍ୟଟନର ବିକାଶ କରିବା ସହ ନେତାଜୀଙ୍କ ଜୀବନୀ ସମସ୍ତଙ୍କ ନିକଟରେ ପହଞ୍ଚାଇବା । ହେଲେ ସରକାର ବଦଳିବା ପରେ ଅସମ୍ପୂର୍ଣ ପ୍ରକଳ୍ପକୁ ଉଦଘାଟନ କରି ଛାଡ଼ି ଦିଆଯାଇଛି । ସ୍ୱାୟତ୍ତ ଶାସନ ଦିବସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କେନ୍ଦ୍ରମନ୍ତ୍ରୀ, ସାଂସଦ, ମନ୍ତ୍ରୀ, ବିଧାୟକ ଏହାକୁ ଉଦଘାଟନ କଲେ । କିନ୍ତୁ ଉଦଘାଟନକୁ ୩ ମାସ ବିତିଥିଲେ ସୁଦ୍ଧା ସେଣ୍ଟରରେ ଝୁଲୁଛି ତାଲା । ଯାହକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ କର୍ପୋରେଟର ଓ ସ୍ଥାନୀୟ ଲୋକେ । ସେଣ୍ଟରର ୩ଟି ଫାଟକରେ ଝୁଲୁଛି ତାଲା । ଭିତରେ ଟ୍ରାକ୍ଟର ଘରୋଇ ଗାଡି ରଖାଯାଉଛି । ସେପଟେ ଏହି କେନ୍ଦ୍ରର କାମ ଅସମ୍ପୂର୍ଣ ଥାଇ ଉଦଘାଟନ କରାଯାଇଥିବା ସିଡିଏ କତୃପକ୍ଷ ସ୍ୱୀକାର କରିଛନ୍ତି । ଏହାର ସୁ ପରିଚାଳନା ପାଇଁ ଏକ ମାର୍ଗ ଦର୍ଶିକା ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ଏହା ବିଭାଗୀୟ ମନ୍ତ୍ରୀଙ୍କ ଅଧକ୍ଷତାରେ ହେବାକୁ ଥିବା ବୈଠକରେ ଉପସ୍ଥାପନ କରାଯିବା ସହ ଚଳିତ ମାସ ଶେଷ ବା ଜାନୁଆରୀ ଆରମ୍ଭ ରୁ ଲୋକଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି ଭିସି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ