ଉଦନ୍ତୀ ମହୋତ୍ସବ ପାଳନ ନେଇ ପାଳନ କମିଟି ଗଠିତ

ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲାର ଅନ୍ଯତମ ସାଂସ୍କୃତିକ ପରିଚୟ ସିନାପାଲି ମାଟିର କଳା, ସାହିତ୍ଯ, ପରମ୍ପରା ଓ ସ୍ୱାଭିମାନର ପର୍ବ ଉଦନ୍ତୀ ମହୋତ୍ସବ। ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଅଛି। ସିନାପାଲି ପଂଚାୟତ ସମିତି ପରିସରରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ନୀଳମଣି ମେହେରଙ୍କ ଅଧ୍ଯକ୍ଷତାରେ ମହୋତ୍ସବ ଆୟୋଜକ କମିଟି ଗଠନ ହୋଇଅଛି। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମହୋତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି। ଚଳିତ ବର୍ଷ ମହୋତ୍ସବ କମିଟିର ସଭାପତି ଭାବରେ ବୈଷ୍ଣବ ମେହେର, ଉପସଭାପତି ଭାବରେ ଅଜିତ ଯୋଷୀ, ତ୍ରିନାଥ ମେହେର, ରଜନୀ ମାଝୀ, ସଂପାଦକ ପ୍ରିୟରଞ୍ଜନ ମେହେର, ସହସଂପାଦକ ବଂଶୀଧର ଜଗତ, ମନୋରଂଜନ ମେହେର, ସୂରଜ ମେହେର ଓ କୋଷାଧ୍ୟକ୍ଷ ଭାବରେ ଦିବ୍ଯରଂଜନ ନାଏକଙ୍କୁ ସର୍ବସମ୍ମତିରେ ମନୋନୀତ କରାଯାଇଛି। ସେହିଭଲି କମିଟିର ଉପଦେଷ୍ଟା ଭାବରେ ସାଂସଦ ମାଳବିକା ଦେବୀ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସହ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଡମ୍ୱରୁଧର ମେହେର, ଲିଙ୍ଗରାଜ ଘିଭେଲା, ତୁଳସୀରାମ ମେହେର, ରବୀନ୍ଦ୍ରନାଥ ଯୋଷୀ, ସୁବ୍ରତ ଠାକୁର, ନରହରି ମେହେର, ଗୋଦାବରୀଶ ନାଏକ, କୁମୁଦବନ୍ଧୁ ଯୋଷୀ ପ୍ରମୁଖ ରହିଛନ୍ତି। ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ଉଦନ୍ତୀ ଅବବାହିକା ରେ ଗଢି ଉଠିଥିବା ଜନବସତିର କଳା ସାହିତ୍ୟ ସଂସ୍କୃତିର ସମାଗମ ହେଉଅଛି ଉଦନ୍ତୀ ମହୋତ୍ସବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ