ଉଦଳା ଅନ୍ବେଷା ହଷ୍ଟେଲରୁ ମୃତ ଛାତ୍ରୀଙ୍କ ବହିରୁ ହାତଲେଖା ସୁସାଇଟ ନୋଟ ଉଦ୍ଧାର କରିଛି ତଦନ୍ତ କାରି ଦଳ

ଉଦଳା,(ରାଜୀବ ବେହେରା):ହଷ୍ଟେଲ ଭିତରେ ଛାତ୍ରୀ ଆତ୍ମହତ୍ୟା ମାମଲାର ଭିନ୍ନ ମୋଡ଼ ନେଇଛି, ମୃତ ଛାତ୍ରୀଙ୍କ ବହିରୁ ମିଳିଲା ମୃତ୍ୟୁ ପୂର୍ବରୁ ଲେଖି ଥିବା ହାତଲେଖା ସୁସାଇଟ ନୋଟ, ଏଥିରେ ଉଲ୍ଲେଖ ରହିଛି ଅନେକ କିଛିକଥା, ତେବେ ପ୍ରେମରେ ବିଫଳ ହେବା ପରେ ଛାତ୍ରୀ ଜଣକ ଏଭଳି ଭୁଲ ନିଷ୍ପତ୍ତି ନେଇଗଲା କି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ସହ ବିଭିନ୍ନ ଗଣ ମାଧ୍ୟମରେ ଭାଇରଲ ହେଉଛି l ଉଦଳା ଥାନା ଅଧୀନ ଭୂଡୁରୁ ବଣି ଦିବ୍ୟସିଂପୁର ଅଧୀନସ୍ଥ ଅନ୍ଵେଷା ହଷ୍ଟେଲରୁ ଜଣେ ନବମ ଶ୍ରେଣୀରେ ଅଧ୍ୟୟନରତ ଅନ୍ତେବାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଏକ ଷ୍ଟୋର ରୁମରୁ ଉଦ୍ଧାର କରାଯାଇଛି । ମୃତକ ନାବାଳିକା ଜଣକ ଖୁଣ୍ଟା ଥାନା ଅନ୍ତର୍ଗତ ଚାପଲଡିହି ଗ୍ରାମର ଲକ୍ଷ୍ମୀକାନ୍ତ ମୁର୍ମୁଙ୍କ ଝିଅ ତନ୍ମୟୀ ମୁର୍ମୁ (୧୫) ବୋଲି ଜଣା ପଡିଛି । ତେବେ ନାବାଳିକା ତନ୍ମୟୀ ମଣିଙ୍ଗ ଷ୍ଟାର ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରୁ ଥିଲେ । ଗତ ବୁଧବାର ଦିନ ଅନ୍ଵେଷା ହଷ୍ଟେଲରେ ଅଭିଭାବକ ମାନଙ୍କର ଏକ ସାଧାରଣ ବୈଠକ ହୋଇ ଥିବା ବେଳେ ତନ୍ମୟୀଙ୍କ ଅଭିଭାବକ ବାପା ଏବଂ ମାଆ ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ବୈଠକର ସମାପ୍ତି ପରେ ଝିଅ ସହିତ କଥାବାର୍ଭା ହୋଇ ବାପାମାଆ ଘରକୁ ଫେରି ଥିଲେ । ତେବେ ସଂଧ୍ୟା ସମୟରେ ହଷ୍ଟେଲରେ ପ୍ରାର୍ଥନା ସମୟରେ ତନ୍ମୟୀ ଅନୁପସ୍ଥିତ ଥିବା ଜାଣି ବହୁ ଖୋଜାଖୋଜି କରିଥିଲେ ଶେଷରେ ହଷ୍ଟେଲର ତୃତୀୟ ମହଲାର ବାଥରୁମ ନିକଟରେ ଥିବା ଏକ ଛୋଟ ଷ୍ଟର ରୁମ ମଧ୍ୟରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖୁବାକୁ ମିଳିଥିଲା । ଝରକାର ଲୁହା ରେଲିଂରେ ଓଢ଼ଣୀ ସାହାଯ୍ୟରେ ମୃତଦେହ ଝୁଲୁଥିବା ବେଳେ ତନ୍ମୟୀଙ୍କ ଗୋଡ଼ ଦୁଇଟି ଭୂଇଁରେ ଲାଗିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ କହୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଉଦଳା ଥାନା ଅଧିକାରୀ ବନମାଳୀ ବାରିକ ପ୍ରକାଶ କହିଛନ୍ତି ଓ ସାଇଣ୍ଟିଫିକ ଟିମ ଘଟଣା ର ତଦନ୍ତ ଜାରି କରିଛନ୍ତି । ତେବେନାବାଳିକା ଝିଅର ମାନସିକ ସ୍ଥିତି ସାମାନ୍ୟ ଅସ୍ଵାଭାବିକ ଥିବା ବେଳେ ଚିକିତ୍ସିତ ହେଉଥିବା କଥା ମୃତକଙ୍କ ଅଭିଭାବକ କହିଥିଲେ । ଅପରପକ୍ଷରେ ଏହି ଅନ୍ଵେଷ ହଷ୍ଟେଲ ରେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ ସମେତ ସମସ୍ତ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହିତ ବାପା ମାଙ୍କ ସହ ଆଲୋଚନା କରିଥିଲେ । ଏବଂ ଆତ୍ମହତ୍ୟାର କାରଣ ସମ୍ପର୍କ ରେ ନିରପେକ୍ଷ ତଦନ୍ତ କରିବା ସହିତ ଏହି ଦୁଃଖଦ ଘଟଣା ବେଳେ ପ୍ରଶାସନ ପରିବାର ସହ ରହିଛି ବୋଲି ଆଶ୍ୱାସନା ଦେଇଥିଲେ । ଏଭଳି ପରିସ୍ଥିତି ରେ ନାବାଳିକା ଛାତ୍ରୀଙ୍କ ବହିରୁ ହାତଲେଖା ଏକ ସୁସାଇଟ ନୋଟ ବାହାରିଛି l ସୂଚନାରୁ ଜଣା ପଡିଛି ଚିଠି ବୟାନ କରୁଛି ଛାତ୍ରୀ ଜଣକର ମୃତ୍ୟୁର ରହସ୍ୟ, ତେବେ ଏଭଳି ଭୁଲ ନିଷ୍ପତ୍ତି ନିଶ୍ଚିତ ଭାବରେ ହୃଦୟ ବିଦାରକ ଅଟେ l ତେବେ ଘଟଣାକୁ ନେଇ ୧୫/୨୫ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପୋଲିସ ଉଦଳା ଡାକ୍ତର ଖାନାକୁ ପଠାଇଛି l ତେବେ ଏହି ଘଟଣାରେ ସନ୍ଧାନୀ ଟିମ ହାତରେ ଏକ ସୁସାଇଟି ନୋଟ ଲ ତେବେ ଗତକାଲି ଗୁରୁବାର ଘଟଣାକୁ ନେଇ ବିରୋଧୀ ଦଳ ବିଜେଡି ଓ ଜେ ଏମ ଏମର ନେତୃ ମଣ୍ଡଳୀ ନିରପେକ୍ଷ ତଦନ୍ତ ଦାବି କରିବା ସହିତ କ୍ଷତିପୂରଣ ଦାବି କରିଥିଲେ । ଏବଂ ଉପଜିଲ୍ଲାପାଳ ଶ୍ରୀ ବାରିକ ଓ ପ୍ରକଳ୍ପ ପ୍ରଶାସକ, ଥାନା ଅଧିକାରୀ ସମେତ ଅଧିକାରୀଙ୍କ ସହିତ ଆଲୋଚନା ପରେ ୧୦ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବା ସହିତ ଏକ ଲକ୍ଷ ଟଙ୍କା ପ୍ରଶାସନିକ ପ୍ରକ୍ରିୟା ମଧ୍ଯରେ ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଗଣ ମାଧ୍ୟମରେ ଛାତ୍ରୀଙ୍କ ସୁସାଇଟ ନୋଟ ସମ୍ୱନ୍ଧରେ ଖବର ଭାଇରଲ ହେବାରେ ଲାଗିଛି l ତେବେ ଉକ୍ତ ସୁସାଇ ନୋଟରେ ଛାତ୍ରୀଙ୍କ ମୃତ୍ୟୁ ପାଇଁ କେହି ଦାଇ ନଥିବା ଉଲେଖ ହୋଇ ଥିବା ସୂଚନା ମିଳିଛି, ତେବେ ଆରୋପlରୀରେ ଅପେକ୍ଷା କରିଛି ବୋଲି ଲିଖିତ ହୋଇଛି, ତେବେ ଘଟଣା ସଂପର୍କ ରେ ପୋଲିସର ତଦନ୍ତ ପ୍ରକ୍ରିୟା ଜାରିରହିଛି l ଅବ୍ୟବସ୍ଥା ଭିତରେ ଅନ୍ବେଷା ଛାତ୍ରୀ ବାସ , ମିଳୁନାହିଁ ପ୍ରତିକୂଳ ପରିବେଶ l ଯେଉଁଥିପାଇଁ ବିଭିନ୍ନ ସମୟ ରେ ବିଶୃଙ୍ଖଳା ଦେଖିବାକୁ ମିଳିଛି l ଏମିତି କି ଅଭିଭାବକ ମାନେ ନିଜର ପିଲାକୁ ନେଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି l ହଷ୍ଟେଲ ଛାଡି ଛାତ୍ର ମାନେ ବାହାରେ ବୁଲିବା ପୋଖରୀ କୁ ଗାଧୋଇ ବାକୁଯିବା ଘଟଣା ସାଧାରଣରେ ଆଲୋଚନା ବିଷୟ ହୋଇଛି,ତେବେ କେଵେ ସୁଧାର ଆସିବ ଏନେଇ ପ୍ରଶ୍ନ ବାଚୀ ହୋଇଛି ? ଉଦଳା ଡାକ୍ତର ଖାନାରେ ମୃତ ଛାତ୍ରୀଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରିଛି ପ୍ରଶାସନ । ତେବେ ଏଭଳି ଆଦିବାସୀ ଛାତ୍ରାବାସ ମାନଙ୍କରେ ଦାୟିତ୍ଵହୀନତାରେ କେଵେ ସରକାରଙ୍କ ନଜର ପଡିବ ତାହା ଦେଖିବାକୁ ବାକି ଅଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ