ଉଦଳା ବାଉଁଶ ପାଳ ଗ୍ରାମରେ ମୋବାଇ ଚୋର ଆତଙ୍କ

ଉଦଳା, (ରାଜୀବ ବେହେରା): ଉଦଳା ଅଞ୍ଚଳ ରେ ପୁଣି ଚୋରୀ ଡକାୟତି ବହୁଳ ଭାବରେ ବଢ଼ି ଚାଲିଛି l ବୃଦ୍ଧି ପାଇଛି ଚୋର ଙ୍କ ଆତଙ୍କ l ଚୋର ମାନେ ଗୋଟେ ପରେ ଗୋଟେ ଗାଁ ରେ ଲୁଟ ଘଟଣା ସାମ୍ନାକୁ ଆସିଛି l ଗୋଟେ ଦିନ ପୂର୍ବରୁ ଜlଡ଼ରl ଅଞ୍ଚଳ ଦୁର୍ବୁତ୍ତ ମାନେ ସ୍କୁଲ ଏବଂ ଘରେ ଲୁଟ କରି ଥିବା ବେଳେ, ପୁଣି ଉଦଳା ଥାନା ବାଉଁଶପାଳ ଗ୍ରାମରେ ଘରେ ପଶି ମୋବାଇଲ ଲୁଟ ଘଟଣା କେଉଁଠିନା ଯେଉଁଠି ପ୍ରଶ୍ନବାଚୀ ହୋଇଛି l ଚୋର ଧରିବାରେ ପୋଲିସ ବିଫଳ ଦେଖିବାକୁ ମିଳିଛି l ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ଗତ କିଛିମାସ ଧରି ଶାନ୍ତ ପଡ଼ି ଥିବା ବେଳେ, ପୁଣି ଅଶାନ୍ତ ହୋଇ ପଡିଛି ଅଞ୍ଚଳ l ତେବେ ବିଳମ୍ବିତ ରାତ୍ରି ସମୟରେ ଘରଭିତରେ ପଶି କରୁଛନ୍ତି ମୋବାଇଲ ଏବଂ ଅନ୍ୟ ନାମିଦାମୀ ଜିନିଷ ପତ୍ର l ଚୋର ଚୋରୀ ପୋଲିସ କୁ କରୁଛନ୍ତି ଖୋଲା ଖୋଲି ଚେଲେଞ୍ଜ l ତେବେ ପୋଲିସ ର ହାତ ଖାଲି ପଡ଼ିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଏହି ଚୋର ମାନେ କପ୍ତିପଦା ଅଞ୍ଚଳ ରେ ଚୋରୀ କରିବା ପରେ ଉଦଳାରେ ଲୁଟ କରିଥିବା ସାଧାରଣରେ ଆଲୋଚନା ହେଉଛି l ତେବେ ବିଳମ୍ବିତ ରାତିରେ ୬ ଅଧିକ ଘରେ ୧୦ ଅଧିକ ମୋବାଇଲ ଲୁଟ କରିଥିବା ସୂଚନା ମିଳିଛି l ପୋଲିସ କେଵେ ଏହି ଲୁଟେରା ଗ୍ୟାଙ୍ଗ ର ପର୍ଦାଫାଶ କରୁଛି ତାହା ଦେଖିବାକୁ ବାକି ଅଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ