ଉଦଳା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଗସ୍ତକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ

ଉଦଳା, (ରାଜୀବ ବେହେରା ): ମୟୁରଭଞ୍ଜ ଜିଲ୍ଲା ଉଦଳା କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ପ୍ରଥମ ଗସ୍ତ । ଉଦଳା କଲେଜ ପଡ଼ିଆରେ ହେଲିକ୍ୟାପ୍ଟର ଯୋଗେ ଆସି ଖଲାଡି ପଞ୍ଚାୟତ ର ପାଟପୁର ପଡିଆ ରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ୟାକେଜ ଘୋଷଣା କରିବେ ବୋଲି ଜଣାପଡ଼ିଛି । ଏବଂ ବାଥୂତି ସାଂସ୍କୃତିକ ସମାଜର ବାର୍ଷିକୀ ସମାରୋହରେ ଯୋଗ ଦାନ କରିବାର ଚୂଡାନ୍ତ ହୋଇଥିବା ଜଣାଯାଇଛି । ତେବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଏହି କାର୍ଯ୍ୟକ୍ରମ ର ନେତୃତ୍ବ ନେଉଥିବା ବେଳେ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଓ ଭାରତୀୟ ଜନତା ପାର୍ଟି ଦିନରାତି ଏକ କରିଦେଇଛି । ସଂଗଠନ କୁ ଶକ୍ତିଶାଳୀ ଏବଂ ଦଳକୁ ମଜବୁତ କରୁଛି ବିଜେପି l ତେବେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଉଦଳା ବାସୀ ଉତ୍ସାହିତ ହୋଇପଡିଥିବା ବେଳେ ଭାରତୀୟ ଜନତା ପାର୍ଟି ଗସ୍ତ କୁ ସଫଳ କରିବା ପାଇଁ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସଏ, ଉପଜିଲ୍ଲାପାଳ ଶୁଶାନ୍ତ ବାରିକ, ସମେତ ସମସ୍ତ ଅଧିକାରୀ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଯେମିତି କିଛି ବି ଅସୁବିଧା କି ସମସ୍ୟା ନ ଉପୁଜେ ସେଦିଗରେ ନଜର ରଖି ଛନ୍ତି । ତେବେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ ସମସ୍ୟା ପ୍ରତି ବିଶେଷ ଗୁରୁତ୍ୱ ଦେଉଥ‌ିବା ବେଳେ ଜିଲ୍ଲା ଏସପି ବରୁଣ ଗୁଣ୍ଠପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୭ପ୍ଲାଟୁନ ପୋଲିସ ଫୋର୍ସ ସହିତ ୬୦ ଗୃହରକ୍ଷୀ ଙ୍କୁ ମଧ୍ୟ ମୃତୟନ କରାଯାଇଛି । ଅତିରିକ୍ତ ପୋଲିସ ଅଧିକ୍ଷକ ଦୀପକ ଗଛାୟତ ଉପଖଣ୍ଡ ପୋଲିସ ଅଧିକାରୀ ହୃଷିକେଶ ନାୟକ,
ଉଦଳା ଥାନା ଅଧିକାରୀ ବନମାଳୀ ବାରିକ ସମେତ ୧୦ରୁ ଅଧ‌ିକ ଇନ୍ସପେକ୍ଟର, ଏସ ଆଇ, ଏଏସ ଆଇ ଦାୟିତ୍ଵ ରେ ରହିଛନ୍ତି । ତେବେ କlଲି ପାଟପୁର ସଭା ମଞ୍ଚରେ ଯୋଗ ଦେଵେ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ