ଉଦଳା ରାଢୋ ରାସ୍ତାରେ ସଡ଼କ ଦୁର୍ଘଟଣା ଜଣେ ମୃତ
ଉଦଳା,(ରାଜୀବ ବେହେରା): ଦ୍ରୁତ ଗତି ମହା ବିପତ୍ତି, ଦ୍ରୁତ ଗତିରେ ଭlରି ଜାନ ଚଳାଉ ଥିବା ଅମାନିଆ ଗାଡ଼ି ମାନଙ୍କ ଭୁଲ ପାଇଁ ନିରୀହ ଜୀବନ ଯାଉଛି l ସେହିଭଳି ଗତକାଲି ରାତ୍ର ଉଦଳାରୁ ରାଢୋ କୁ ସଂଯୋଗ କରୁଥିବା ବରବାଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣକ ଜୀବନ ଯାଇଛି l ଅଜଣା ଗାଡ଼ି ଧକ୍କା ରେ ସଚୋନୀୟ ମୃତ୍ୟୁ ଘଟିଛି l ରାତ୍ର ସମୟ ରେ ନିଛାଟିଆ ରାସ୍ତା ଥିବାରୁ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଛି l ସୂଚନାରୁ ଜଣା ପଡିଛି ଦୁଷ୍ମନ୍ତ ଉଦଳା କୁ କୌଣସି କାମରେ ଆସି ଘରକୁ ଫେରୁଥିବା ବାଟରେ ପଛ ପାଖରୁ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇ ଥିଲା, ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତର ଖାନାକୁ ପଠାଇ ଥିବା ବେଳେ , କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରି ଛନ୍ତି l ତେବେ ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ରାଢୋ ଅଞ୍ଚଳ ର ଦୁଷ୍ମନ୍ତ ମିଶ୍ର ବୋଲି ଜଣା ପଡିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖି, ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଶବ ଗୃହକୁ ପଠାଇଛି l ମୃତକ ପରିବାରକୁ କ୍ଷତି ପୂରଣ ପାଇଁ ସରକାରୀ ସହାୟତା ପାଇଁ ଦାବୀ ଜଣାଇଛନ୍ତି ଗ୍ରାମବାସୀ l